ବାଂଲାଦେଶରେ ଜଗନ୍ନାଥଙ୍କ ପୋଡ଼ିକୁ ବିରୋଧ କରିଛି ଜଗନ୍ନାଥ ସେନା,ମନ୍ଦିର ଉପରେ ଆକ୍ରମଣ ବନ୍ଦ କରିବାକୁ ଦାବି

ପୁରୀ : ବାଂଲାଦେଶରେ ଜଗନ୍ନାଥ ମହାପ୍ରଭୁଙ୍କ ପୋଡିକୁ ବିରୋଧ କରିଛି ଜଗନ୍ନାଥ ସେନା । ଆଜି  ସିଂହଦ୍ୱାର ନିକଟରେ ଜଗନ୍ନାଥ ସେନାର କର୍ମକର୍ତାମାନେ ଏକାଠି ହୋଇ ବାଂଲାଦେଶରେ ଘଟିଥିବା ଏହି ଅମାନୁଷିକ କାଣ୍ଡର ନିନ୍ଦା କରିଛନ୍ତି ।  ହିନ୍ଦୁ ଦେବଦେବୀ ଓ ମନ୍ଦିର ଉପରେ ଆକ୍ରମଣ ବନ୍ଦ କରିବାକୁ ଦାବୀ କରିଛି ।

ସିଂହଦ୍ୱାର ନିକଟରେ ଜଗନ୍ନାଥ ସେନା ଦୀପଦାନ କରି ମହାପ୍ରଭୁଙ୍କୁ ଏହି ବିବାଦରୁ ଦୁରେଇ ରଖିବାକୁ ନିବେଦନ କରିଛି । ସେହିପରି ବାଂଲାଦେଶୀ  ଅନୁପ୍ରବେଶକାରୀଙ୍କୁ  ବିଭିନ୍ନ ଜିଲ୍ଲପ୍ରଶାସନ ଚିହ୍ନଟ କରିବାକୁ ଦାବି କରିଛି  ଜଗନ୍ନାଥ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.