ରାଜ୍ୟ

ଜଗନ୍ନାଥଙ୍କ ପ୍ରେମରେ ବନ୍ଧା ରାମଚନ୍ଦ୍ର, କେବଳ ନିମ୍ବ କାଠରେ ହିଁ ନିର୍ମାଣ କରୁଛନ୍ତି ଜଗାର ମୂର୍ତ୍ତି

ବାଲେଶ୍ବର(କେନ୍ଯୁଜ୍) : ପ୍ରଭୁ ଜଗନ୍ନାଥଙ୍କ କୃପା ଅନେକ । ସମସ୍ତଙ୍କ ମନକଥା ଜାଣନ୍ତି ସେ । ସେ ଆକାର ଓ ନିରାକାର । ତାଙ୍କ ରୂପର ବର୍ଣ୍ଣନା କେହି କରିପାରି ନାହିଁ । ତେବେ ଇତିହାସରେ ଜଗନ୍ନାଥଙ୍କ ଭକ୍ତିରେ ବିଭୋର ଥିବା ଅନେକ ଭକ୍ତଙ୍କ କଥା ଆମେ ଶୁଣିଛେ । ସେମିତି ଜଣେ ଭକ୍ତ ଯାହାଙ୍କୁ ଦିନେ ପ୍ରଭୁ ଆଦେଶ ଦେଲେ ଦର୍ଶନ କରିବା ପାଇଁ । ଆଉ ଅଭାବ ଭିତରେ ଭକ୍ତ ଜଣକ ୫ ଟଙ୍କା ଧରି ଜଗାକୁ ଦର୍ଶନ କରିବା ପାଇଁ ପୁରୀ ଯାଇଥିଲେ। ଆଉ ସେବେ ଠାରୁ ଜଗା ପ୍ରେମରେ ପଡ଼ିଗଲେ । ତା ପରଠାରୁ ଜଗାର ମୂର୍ତ୍ତି ଗଢିବାରେ ନିମଗ୍ନ ଭକ୍ତ ଜଣଙ୍କ । ବୃତ୍ତିରେ ମହାରଣା ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ , ତାଙ୍କର ସ୍ବତନ୍ତ୍ରତା ହେଉଛି ସେ କେବଳ ନିମ୍ବ କାଠରେ ହିଁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଥାନ୍ତି ।

ବାଲେଶ୍ବର ଜିଲ୍ଲା ରସାଳପୁରର ଜଗନ୍ନାଥ ମୂର୍ତ୍ତି କାରିଗର ରାମଚନ୍ଦ୍ର ମହାରଣା । ରାମଚନ୍ଦ୍ର ନିଜର କୌଳିକ ବୃତ୍ତି ସମ୍ଭାଳିବା ସହ ପରିବାର ପ୍ରତିପୋଷଣ ପାଇଁ ପ୍ରଥମେ କଠାରେ ତିଆରି ବିଭିନ୍ନ ଘରକରଣା ଓ ଆସବାବପତ୍ର କରୁଥିଲେ । ହେଲେ ଜାଗା ଦର୍ଶନ ପରେ ମନ ବଦଳି ଯାଇଥିଲା ତାଙ୍କର । ସେଦିନ ଠାରୁ ତାଙ୍କ ନିହାଣ ଓ ବାରିଶି ଅଟକି ଯାଇନି, କେବଳ ଜଗନ୍ନାଥଙ୍କ ମୂର୍ତ୍ତି ଗଢିବାରେ ସେ ନିମଗ୍ନ । କେବଳ ନିମ୍ବ କାଠ ରେ ସେ ଛୋଟ ରୁ ବଡ଼ ଆକାରର ମୂର୍ତ୍ତି କରି ସ୍ଥାନୀୟ ବଜାର ରେ ବିକ୍ରି କରିବା ସହ ରାଜ୍ଯ , ରାଜ୍ଯ ବାହାରକୁ ପଠାନ୍ତି । ଏଭଳି କି ଏବେ ତାଙ୍କର ହାତ ତିଆରି ମୂର୍ତ୍ତୀ ବିଦେଶରେ ମଧ୍ୟ ଆଦର ପାଇଲାଣି । ତାଙ୍କ ମୂର୍ତ୍ତି ଦେଖିବାକୁ ଯେଭଳି ସୁନ୍ଦର୍‌ ସେଭଳି ଆକର୍ଷଣୀୟ ।

ରାମଚନ୍ଦ୍ର ଜଣେ ଭଲ କାଠ କାରିଗର ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ । ୧୯୯୬ ମସିହା ପରଠାରୁ ସେ କେବଳ ଏଭଳିକି ଜଗନ୍ନାଥଙ୍କ ମୂର୍ତ୍ତି ର୍ନିମାଣ କରିବାରେ ଲାଗିପଡିଛନ୍ତି । କେବଳ ଯେ ମୂର୍ତ୍ତି କରନ୍ତି ତାହା ନୁହିଁ ବାଲେଶ୍ବର ତଥା ଅନ୍ଯ ଜିଲ୍ଲା ମାନଙ୍କରେ ବିଭିନ୍ନ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥଙ୍କ ମୂର୍ତ୍ତି ରାମଚନ୍ଦ୍ରଙ୍କ ହାତର ସ୍ପର୍ଶରେ ଦାରୁ ରୁ ଦେବତା ପାଲଟି ଯାଇଛନ୍ତି । ଜଗନ୍ନାଥଙ୍କ ସେ ଜଣେ ନିଆରା ଭକ୍ତ ଓ ଏଭଳି ମୂର୍ତ୍ତି ତିଆରି କରି ସେ ଖୁବ ଆନନ୍ଦ ପାଆନ୍ତି ବୋଲି କୁହନ୍ତି ।

ତେବେ ଏହି କାମରେ ତାଙ୍କୁ ତାଙ୍କ ସାନପୁଅ କାର୍ଯ୍ଯରେ ସହଯୋଗ କରନ୍ତି । ତାଙ୍କ ମୂର୍ତ୍ତି ଶାଳ ରେ ୨୦୦ ଟଙ୍କା ରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ଯନ୍ତ ମୂର୍ତ୍ତୀ ମିଳେ । ଏଭଳି କି ଗତ ଦୁଇ ବର୍ଷ ହେବ ଲକ୍‌ ଡାଉନ୍‌ ପ୍ରଭାବ ତାଙ୍କୁ ବେଶ୍‌ ଭାବେ ପ୍ରଭାବ ପକାଇଥିବା ବେଳେ ଆଉ ଆଗଭଳି ବିକ୍ରିବଟା ହୋଇପାରୁନାହିଁ । ରାମ ଚନ୍ଦ୍ରଙ୍କୁ ଯେ ଜାଣିଛି ସେ ଘରେ ପହଞ୍ଚି ମୂର୍ତ୍ତି କିଣି ନେଉଥିବା ବେଳେ ଅନେକ ଲୋକ ତାଙ୍କ ମୂର୍ତ୍ତି କୁ କିଣି ପରି ନିରାଶ ହୁଅନ୍ତି ।

 

 

ବାଲେଶ୍ବରରୁ ଆଶୁତୋଷ ମଲ୍ଲିକ, କେନ୍ଯୁଜ୍

Sonalisa

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

6 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago