ଆଜି ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ, ଏଏସ୍ ଆଇ ଓ ପୂର୍ତ୍ତ ବିଭାଗ ବିଶେଷଜ୍ଞ ହେବେ ସାମିଲ

ପୁରୀ : ଆଜି ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ । ଏଏସ୍ ଆଇ ଓ ପୂର୍ତ୍ତ ବିଭାଗ ବିଶେଷଜ୍ଞଙ୍କ ସହ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ଏହି ଯାଞ୍ଚ କାର୍ଯ୍ୟରେ ସାମିଲ ହେବେ । ବିଶେଷକରି ଗର୍ଭଗୃହ ସମେତ ରତ୍ନସିଂହାସନ, ନାଟମଣ୍ଡପ ଓ ଜଗମୋହନ ଗର୍ଭଗୃହର ପ୍ରଥମ ଏବଂ ଦ୍ୱିତୀୟ ମହଲାର ରୁଟିନ୍ ଯାଞ୍ଚ କରାଯିବ । ଏଥିସହ ଅଁଳାବେଢ଼ା ଏବଂ ଅନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଯାଞ୍ଚ ଓ ମରାମତି ହେବ । ସେହିପରି ଗତବର୍ଷ ରଥଯାତ୍ରା ସମୟରେ ଯେଉଁସବୁ ସ୍ଥାନରେ ଯୋଡ଼େଇ ମରାମତି କରାଯାଇଥିଲା ତାହାର ସ୍ଥିତି କେମତି ରହିଛି ତାହାକୁ ମଧ୍ୟ ଯାଞ୍ଚ କରାଯିବ।

ଅନ୍ୟପଟେ ଆଉ କିଛି ସମୟ ପରେ ବସିବ ରତ୍ନଭଣ୍ଡାର କମିଟିର ଦ୍ବିତୀୟ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୁନର୍ଗଠିତ ତଦାରଖ କମିଟିର ଦ୍ବିତୀୟ ବୈଠକ । ରତ୍ନଭଣ୍ଡାର ଖୋଲିବା ନେଇ ହୋଇପାରେ ଚୂଡାନ୍ତ ନିଷ୍ପତ୍ତି । ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ପୁରୀ ଜିଲ୍ଲା ଟ୍ରେଜେରିରେ ରହିଛି। ବୈଠକରେ ପ୍ରଥମେ ଭିତର ରତ୍ନଭଣ୍ଡାର ଚାବିକୁ କମିଟି ଆଗରେ ଦାଖଲ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

You might also like