କାମେଶ୍ୱର ମହାଦେବଙ୍କ ପୀଠରେ ୭ଦିନ ଧରି ପାଳିତ ହୋଇଛି ନିଆରା ଜାଗର ଯାତ୍ରା

ପ୍ରସିଦ୍ଧ କାମେଶ୍ୱର ମହାଦେବଙ୍କ ପୀଠରେ ପାଳିତ ହୋଇଛି ନିଆରା ଜାଗର ଯାତ୍ରା। ୭ଦିନ ଧରି ଚାଲୁଥିବା ଏହି ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ ।ସପ୍ତାହ ବ୍ୟାପୀ ଯଜ୍ଞରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନେ ହବିଷ ପାଳନକରି ପ୍ରସାଦ ସେବନ କରିଥାନ୍ତି । କେହି କେହି ମାନସିକ ପୂଜାର ପୂରଣ କରନ୍ତି ତ କେହି ପ୍ରଭୁଙ୍କ ନିକଟରେ ନୂଆ ମାନସିକ କରନ୍ତି ।

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ। ଭଗବାନ ଶିବ ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି। ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ହିନ୍ଦୁ ଧର୍ମରେ ପ୍ରାଚୀନ ଯୁଗରୁ ଭଗବାନ ଶିବଙ୍କର ପୂଜା ହୋଇଆସୁଛି। ପୁରାଣ ଅନୁସାରେ ଭଗବାନ ଶିବ ହିଁ ବ୍ରହ୍ମାଣ୍ଡର ଆଦି କାରଣ ଅଟନ୍ତି। ଚଳିତ ଥର ଜାଗର ଉପଲକ୍ଷେ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିଲା। ଏହାରି ମଧ୍ୟରେ କାମେଶ୍ୱା ମହାଦେବ ପୀଠରେ ମଧ୍ୟ ଭକ୍ତଙ୍କର ଅନେକ ଗହଳି ଦେଖିବାକୁ ମିଳିଥିଲା।

କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଓ ସର୍ବ ପୁରାତନ ଶୈବପୀଠ ବାବା କାମେଶ୍ବର ମହାଦେବ ପିଠ। ବାବାଙ୍କ ବାମ ପାର୍ଶ୍ୱରେ ବିରାଜିତ ମାଆ ଦୁର୍ଗା । ଗରଦପୁରୁ ବ୍ଲକ ଓ ମାର୍ଶାଘାଇ ବ୍ଲକ ମଧ୍ୟ ସ୍ଥଳ ଜିରାଳ ଠାରେ ଅବସ୍ଥିତ ଏହି ପ୍ରସିଦ୍ଧ ଶୈବପୀଠ। କାମେଶ୍ବର ମହାଦେବଙ୍କ ପିଠରେ କାହିଁ କେଉଁ କାଳରୁ ହୋଇଆସୁଛି ଯଜ୍ଞ ଓ ଜାଗର ଉତ୍ସବ। ଚଳିତ ବର୍ଷ ଜାଗର ଉପଲକ୍ଷେ ଆରମ୍ଭ ହୋଇଛି ସପ୍ତଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ।

କାମେଶ୍ବର ମହାଦେବ ପିଠ ରେ ୭ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଆଖପାଖ ଗାଁ ମାନଙ୍କର ଶହଶହ ମହିଳାମାନେ ଯଜ୍ଞ ଶୁଭ ଅଧିବାସ ଆରମ୍ଭ କରି ପୂର୍ଣ୍ଣତ୍ବୟା ଚିତ୍ରୋତ୍ପଳା ନଦୀରୁ ପୂର୍ଣ୍ଣ କଳସୀରେ ପବିତ୍ର ତୀର୍ଥ ଜଳ ସଂଗ୍ରହ କରିଥିଲେ । ଏହି ପବିତ୍ର ଜଳକୁ ଜଜ୍ଞ ମଣ୍ଡପରେ ସ୍ଥାପନ କରିବା ପରେ ସମସ୍ତେ ନିଜ ର ମାନସିକ ଜାଚି ଥାନ୍ତି । ଏହି ଜଜ୍ଞ ଅଧିବାସରେ କଳସ ବୁଡାଇ ମାନସିକ ରଖିଲେ ବାବା ଭକ୍ତ ମାନଙ୍କ ମନକାମନା ପୁରଣ କରନ୍ତି ବୋଲି ବିଶ୍ବାସ ରହିଛି । ଏଣୁ ଏହିଦିନ କେହି କାହାକୁ ନକହିଲେ ମଧ୍ୟ ଶ୍ରଦ୍ଧାଳୁ ମାନେ ଆପଣା ଛାଏଁ ଆସି ସେମାନଙ୍କର ମାନସିକ କଳସ ବୁଡାଇଥାନ୍ତି ।

ସପ୍ତାହ ବ୍ୟାପୀ ଯଜ୍ଞରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନେ ହବିଷ ପାଳନକରି ପ୍ରସାଦ ସେବନ କରିଥାନ୍ତି । କେହି କେହି ମାନସିକ ପୂଜାର ପୂରଣ କରନ୍ତି ତ କେହି ପ୍ରଭୁଙ୍କ ନିକଟରେ ନୂଆ ମାନସିକ କରନ୍ତି । ମାନସିକ ପୂରଣ ହେଲେ ପୁଣି ବାବା କାମେଶ୍ବରଙ୍କ ଯଜ୍ଞରେ କଳସ ବୁଡାଇ ଥାନ୍ତି ଭକ୍ତମାନେ ।

ଯଜ୍ଞର ମଧ୍ୟ ଭାଗରେ ପଡିଥାଏ ମହାଶିବରାତ୍ରି ଜାଗର। ଏହି ଦିନ ସମସ୍ତ ଭକ୍ତ ରାତ୍ରି ଉଜାଗର ରହି ଧାଡିରେ ବାବାଙ୍କୁ ଦର୍ଶନ କରି ଦିପ ଜାଳିଥାନ୍ତି। । ଏହି ପିଠକୁ ଅଞ୍ଚଳର ସମସ୍ତ ନେତା, ମନ୍ତ୍ରୀ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି, ବାବାଙ୍କର କୃପା ଭିକ୍ଷା ପାଇଁ ପହଞ୍ଚିଥାନ୍ତି ।ଏହି ପିଠ ଟ୍ରଷ୍ଟର ମୁଖ୍ୟ ସମାଜସେବୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥାନ୍ତି। ଯଜ୍ଞର ପୂଣ୍ଣଆହୁତି ପରେ ଅପେରା ପାଟି ଯାତ୍ରା କରିଥାନ୍ତି ।

ଏହି ସମୟରେ ମିନାବଜା, ଶତାଧିକ ଦୋକାନ ବଜାର, ସମସ୍ତ ଘରଚଳା ସାମଗ୍ରୀ ପଡିଥାଏ।ଏହି ଉତ୍ସବ ଏକ ମାସଧରି ଚାଲେ । ଅଞ୍ଚଳର ଏହା ସବୁଠାରୁ ବଡ ଜାତ୍ରା।ଏହି ପର୍ବ ସମୟରେ ହଜାର ହଜାର ଲୋକ ପିଠକୁ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.