ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଶ୍ରୀମନ୍ଦିର ପୁରାଣରେ ଥିବା ନୀତି ନିୟମ ବଦଳରେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହା ଦ୍ୱାରା ରାଜ୍ୟ ତଥା ଦେଶର ପ୍ରଭୁତ କ୍ଷତି ଘଟିବ । ଆଜି ଏହି ବାର୍ତ୍ତା ଦେଇଛନ୍ତି ଜଗତଗୁରୁ । କହିଛନ୍ତି ସ୍କନ୍ଦ ପୁରାଣରେ ବର୍ଣ୍ଣନା ରହିଛି ରଥଯାତ୍ରା ଦିନ ହିଁ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବ ଓ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ସ୍ଥାପନ କରାଯାଇଥାଏ । କିନ୍ତୁ ଏହି ନିୟମ ପରିବର୍ତ୍ତେ ସନ୍ଧ୍ୟା ହେଲେ ରଥ ଟଣା ବନ୍ଦ ରହୁଛି । ପୂର୍ବରୁ କିଛି ସେବାୟତ ଏହି ନିୟମ କରିଥିବା ବେଳେ ଏହା ଆଜି ଯାଏ ଚାଲିଛି । ଏ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ ନାହିଁ । ସେହିପରି ଶ୍ରୀମନ୍ଦିର କୁ ଧର୍ମୀୟ ଆଧାରରେ ପରିଚାଳନା ପରିବର୍ତ୍ତେ ସେକୁଲାର ଆଧାରରେ ପରିତାଳନା କରାଯାଉଛି ଯାହାକି ଦୁର୍ଭାଗ୍ୟଜନକ । ସେହିପରି ରାଜନେତା ପ୍ରଶାସକ ଶ୍ରୀମନ୍ଦିର ଧର୍ମୀୟ ବ୍ୟବସ୍ଥାରେ ହସ୍ତକ୍ଷେପ କରି ପରିଚାଳନା କରୁଛନ୍ତି । ଏହି ଭଳି ଭାବରେ ଶଙ୍କରାଚାର୍ଯ୍ୟଙ୍କ ଧର୍ମୀୟ ଅଧିକାରକୁ କ୍ଷୁର୍ଣ୍ଣ କରିବା ଷଡ଼ଯନ୍ତ୍ର କରାଯାଇଛି । ଯହାକି ଆଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ବିପଦ । ଏଣୁ ରାଜ୍ୟବାସୀ ସଚେତନ ହୋଇ ଶଙ୍କାଚାର୍ଯ୍ୟଙ୍କୁ ଅଧିକାର ନେଇ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…