ପୁରୀର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସେନା

ପୁରୀ(କେନ୍ଯୁଜ୍): ପୁରୀର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ଧାମ ପୁରୀ କରିବା ପ୍ରସଙ୍ଗରେ ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସେନା। ପୁରୀର ନାମ ପରିବର୍ତ୍ତନ ନୁହେଁ ଯୋଡିବା ପାଇଁ ଦାବି କରୁଥିବା କହିଛି ଶ୍ରୀଜଗନ୍ନାଥ ସେନା।

ସେନାର ଦାବିପତ୍ର ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ବିଶ୍ୱରେ ପୁରୀକୁ ଜଗନ୍ନାଥପୁରୀ ନାମରେ ସମସ୍ତେ ଜାଣନ୍ତି। ଯଦି କେହି ଚାହୁଁଛନ୍ତି ପୁରୀର ନାମ ଯୋଡିବା କିମ୍ବା ପରିବର୍ତ୍ତନ କରିବା ସେଥିରେ ମୋର କୌଣସି ଆପତ୍ତି ନାହିଁ। ଏହାର ନାମ ପରିବର୍ତ୍ତନ କରିବା କି ଯୋଡିବାକୁ ମୁଁ ସମର୍ଥନ କରୁନାହିଁ କି ବିରୋଧ କରୁନାହିଁ ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି।

 

Leave A Reply

Your email address will not be published.