କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କ୍ଷୟକ୍ଷତି ଓ ରିଲିଫ ବଣ୍ଟନ ତଥା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା

କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଫନି ପରବର୍ତ୍ତୀ କ୍ଷୟକ୍ଷତି ଓ ରିଲିଫ ବଣ୍ଟନ ତଥା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା। ସ୍ଥିତି ଅନୁଧ୍ୟାନ ସହ କ୍ଷୟକ୍ଷତି ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ଜଳସଂପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକର ୨୪୯ଟି ଗ୍ରାମପଞ୍ଚାୟତ ଓ ୨ଟି ପୌରପାଳିକାର ୪୧ଟି ୱାର୍ଡର ୧୫୯୨ଟି ଗ୍ରାମର ୧୫ଲକ୍ଷ ୨୨ହଜାର ୯୦୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ଫନି ପ୍ରଭାବରେ ୩ଜଣ ପ୍ରାଣ ହରାଇଛନ୍ତି।
ପ୍ରଭାବିତ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ସହ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ ହୋଇଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି। ଫନି ପୂର୍ବ ସତର୍କତା ଓ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନରକୁ ପ୍ରଂଶସା କରିଛନ୍ତି। ଆସନ୍ତା ୨ଦିନ ମଧ୍ୟରେ ସମସ୍ତ ପାନୀୟ ଜଳ ପ୍ରକଳ୍ପକୁ ସଚଳ କରାଯିବ। ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବାତ୍ୟା ପରବର୍ତ୍ତୀ ସ୍ଥିତି, ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟର ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।