ଗାଡିରେ ପେଟ୍ରୋଲ୍ ପକାଇବା ପାଇଁ ସମୟ ଧାର୍ଯ୍ୟ କଲା ଜଗତସିଂପୁର ଜିଲ୍ଲା ପ୍ରଶାସନ, ଜନସାଧାରଣଙ୍କୁ ସଚେତନ ହୋଇ ରହିବାକୁ ନିବେଦନ

ଜଗତସିଂପୁର: ଆଜିଠାରୁ ବାଇକ ଚଳାଚଳ ଉପରେ ଲାଗୁ ହେଲା କଡା କଟକଣା। ଗାଡିରେ । ଆଜିଠାରୁ ଜଗତସିଂପୁର ଜିଲ୍ଲା ପ୍ରଶାସନ ନିୟମକୁ କଡାକଡି କରିଛି । ପେଟ୍ରୋଲ୍ ପକାଇବା ଉପରେ ସମୟ ଧାର୍ଯ୍ୟ କରିଛି ଜଗସିଂପୁର ଜିଲ୍ଲା ପ୍ରଶାସନ । ଏହି ଲକ୍ ଡାଉନ୍ ସମୟରେ ଦିନ ୧ଟାରୁ ସନ୍ଧ୍ୟା ୭ଟା ଯାଏ କେହିବି ଗାଡିରେ ପକାଇ ପାଇବେନି ପେଟ୍ରୋଲ। କିଛି ବିଶେଷ ଗାଡିକୁ ଏହି ନିୟମରୁ ବାଦ୍ ଦିଆଯାଇଛି ।

pcଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସପି ଆର ପ୍ରକାଶ ମିଳିତ ଭାବେ ଜିଲ୍ଲାବାସୀଙ୍କୁ ଏନେଇ ଜଣାଇବା ସହିତ ଏହି ଏକ୍ ଡାଉନ୍ ସମୟରେ ଏବେ ସୁଦ୍ଧା ସହଯୋଗ କରିଥିବାରୁ ଧନ୍ଯବାଦ ଜଣାଇଥିଲେ।  ଏହାସହ ଆଗାମୀ ଦିନରେ ସମସ୍ତେ ସଚେତନ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ଅଯଥା କାମରେ ବାହାରକୁ ନ ଆସିବା ସହିତ ଘରେ ରହି ସୁରକ୍ଷିତ ରହିବା ଏବଂ ପୋଲିସକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। କୌଣସି ସ୍ଥାନରେ ଏକିତ୍ରୀତ ହୋଇ ଠିଆ ହେବାକୁ ବାରଣ କରିଥିଲେ । ଏହା ସହିତ ଜିଲ୍ଲାରେ ଆସିଥିବା ସମସ୍ତ ବିଦେଶ ଫେରନ୍ତା ୩୮ ଜଣଙ୍କ ରକ୍ତ ନମୁନା ନେଗେଟିଭ୍ ଆସିଥିବା ନେଇ ସୂଚନା ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.