ଖଣ୍ଡାରେ ନେବି ସମସ୍ତଙ୍କ ମୁଣ୍ଡ: ଜଗତସିଂହପୁର ତାରିଣୀଙ୍କ ଖଣ୍ଡା ଧରି ଗାଁ ଦାଣ୍ଡରେ ଯୁବକଙ୍କ ଆତଙ୍କରାଜ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁରରେ ବୁଲିଲା ଖଣ୍ଡା। ଆତଙ୍କ ଖେଳାଇଲେ ଜଣେ ଯୁବକ । ତାରିଣୀଙ୍କ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ କରିବାରୁ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ। ଘଟଣା ଘଟିଛି ଜଗତସିଂହପୁର ବ୍ଳକ୍ ମୁଣ୍ଡିଲୋ ଗ୍ରାମରେ। ଆତଙ୍କ ଖେଳାଇ ଥିବା ଯୁବକ ହେଲେ ଶିଶିର ରାଉତରାୟ । ଶିଶିର ତାରିଣୀ ମନ୍ଦିର ତାଲା ଭାଙ୍ଗି ଖଣ୍ଡା ଆଣିଥିବା ଗୋଟେ ପଟେ ସୂଚନା ମିଳିଛି। ଶିଶିର ନିଶା ଶକ୍ତ ଅବସ୍ଥାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁ ସାରା ହଙ୍ଗାମା କରି ଚାଲିଥିଲା।

ଲୋକମାନେ ଗୋଟେ ପଟେ ଭୟଭିତ ଅବସ୍ଥାରେ ରହିଥିଲେ। କାହା ବେକରେ ଖଣ୍ଡା ଲଗାଇଲା ଆଉ କାହାକୁ ମାରି ଦେବାକୁ ଧମକ ଦେଲା ଯୁବକ ଜଣକ। ଏମିତିକି ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ଯ କରିଥିଲା। ଦିନ ତମାମ ସମସ୍ତେ ଘର ଭିତରେ ବନ୍ଦୀ ଅବସ୍ଥାରେ ରହିଥିଲେ । ଶେଷରେ ଜଗତସିଂହପୁର ପୋଲିସ ପହଞ୍ଚି ଯୁବକକୁ କାବୁ କରିବା ସହ ଥାନାରେ ଅଟକ ରଖିଛି। ତେବେ ଶିଶିର କାହିଁକି ଏମିତି କାଣ୍ଡ କରୁଥିଲା ତାହା ଜଣା ପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.