ଘାଟିରେ ଓଲଟିଲା ଜଗଦମ୍ବା ଅପେରା ପାର୍ଟି ବସ୍, ୨ ଗୁରୁତର

କାମାକ୍ଷାନଗର(କେନ୍ୟୁଜ): ଘାଟିରେ ଓଲଟିଲା ବସ୍ । ଦୁର୍ଘଣାରେ ୨ଗୁରୁତର। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜରଡା ଘାଟିରେ ଜଗଦମ୍ବା ଅପେରା ପାର୍ଟିର ବସ୍ ଓଲଟିପଡିଥିଲା।

ଆଜି ସକାଳ ପ୍ରାୟ ୮ଟା ବେଳକୁ ଭାରସ୍ୟାମ ହରାଇ ବସଟି ଓଲଟି ପଡିଥିଲା । ବସଟି କଙ୍କଡାହାଡ଼ ଆଡୁ ରେଙ୍ଗାଳୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଗାଡ଼ିରେ ପ୍ରାୟ ୩୫ ରୁ ୪୦ ଜଣ କଳାକାର ଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ମହାବିରୋଡ଼ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.