ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ଆଜି ପୁଣି ପୋଲିସ୍, ଜମି ହଡ଼ପ ଅଭିଯୋଗ ମାମଲାରେ ଜଗିଙ୍କ ବାପାଙ୍କୁ ପଚରାଉଚରା

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ଆଜି ପୁଣି ପୋଲିସ । ଜମି ହଡ଼ପ ଅଭିଯୋଗ ମାମଲାରେ ଜଗିଙ୍କ ବାପା ରଣଧୀର ସିଂହଙ୍କୁ ପଚରାଉଚରା କରିଛି ପୋଲିସ । ଦିନ ୧୧ଟାରେ ପୋଲିସ ପହଁଚିବ ବୋଲି ଲଟକା ଜାରି କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂବରୁ ସାରୁଅ ଷ୍ଟୁଡିଓରେ ପହଁଚିଥିଲେ ଖୋଦ୍ଧା ଏସଡିପିଓ ସୁଶୀଲ ମିଶ୍ର

ବାଘମାରୀ ଥାନା ଅଧିକାରିଣୀ ପ୍ରଣିତା ପଟ୍ଟନାୟକ ମଧ୍ୟ ପହଞ୍ଚିଥିଲେ । ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ଉମା ଶଙ୍କର ସିଂ ପହଁଚିଥିଲେ । ଜଗି ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂଙ୍କୁ ପଚରାଉଚୁରା କରିଥିଲା ଟିମ୍‌ । ଶାରୀରିକ ଅସୁସ୍ଥ ଯୋଗୁ ଆଜି ଅଳ୍ପ ସମୟ ପାଇଁ ତଦନ୍ତ କରାଯିବା ପରେ ସ୍ଥଗିତ କରାଯାିଥିଲା । ଆଗାମୀ ଦିନରେ ପୁଣି ପଚରାଉଚରା କରାଯିବ ବୋଲି କହିଛନ୍ତି ଏସଡିପିଓଇ ସୁଶୀଲ ମିଶ୍ର । ଗତକାଲି ତଦନ୍ତରେ ସହଯୋଗ କରିନଥିଲେ ରଣଧୀର ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.