ବାଙ୍କୀରେ ଚାଞ୍ଚଲ୍ୟ : ୩ ବର୍ଷର ଝିଅକୁ ହାଣିଲା ନୃଶଂସ ବାପା

ବାଙ୍କୀ: ୩ ବର୍ଷର ଝିଅକୁ ହାଣିଲା ନୃଶଂସ ବାପା । କଟକ ବାଙ୍କୀ ବୈଦେଶ୍ବର ଥାନା ପୁରୁଣାପାଣି ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ହାଣିବା ବେଳେ ଝିଅ ମୁଣ୍ଡରେ ବାଜିଲା କଟୁରି ଚୋଟ । ଝିଅ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ଗୁରୁତର ଅବସ୍ଥାରେ କଳାପଥର ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ଘରୋଇ କଳି ଲାଗିଥିବା ବେଳେ ବାପା ନିଜ କ୍ରୋଧକୁ ସମ୍ଭାଳିନପାରି ଝିଅକୁ ହାଣିଦେଇଛି । ଏହାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଫେରା ହୋଇଯାଇଛି । ବୈଦେଶ୍ବର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ ବହୁ ଆଡ଼ମ୍ବରେ ପାଳନ ହେଲା ଅଷ୍ଟଦଣ୍ଡ ମିଳନ, ମା’ଙ୍କ ଦୁର୍ଲ୍ଲଭ ଦର୍ଶନ ଦେଖି ଆତ୍ମହରା ହେଲେ ଭକ୍ତ