ନୂଆପଡ଼ା : ଜୟ ଢୋଲକିଆ ହେବେ ବିଜେଡି ପ୍ରାର୍ଥୀ !। ବିଜେଡି ସୁପ୍ରିମୋ ଗ୍ରୀନ ସିଗନାଲ ଦେଇଛନ୍ତି। ବିଧିବଦ୍ଧ ଘୋଷଣାକୁ ଅପେକ୍ଷା। ସେପଟେ ଜୟ ଢୋଲକିଆ ଜନ ସମ୍ପର୍କ ଅଭିଯାନକୁ ତୀବ୍ର କରିଛନ୍ତି। ବିଭିନ୍ନ ପୂଜା ପର୍ବାଣୀରେ ଯୋଗ ଦେଇ ଲୋକଙ୍କୁ ଭେଟୁଛନ୍ତି। କ୍ଲବ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହୋଇ, ଯୁବ ଗୋଷ୍ଠୀଙ୍କ ସହ ସମ୍ପର୍କ ରଖୁଛନ୍ତି ।
ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ପୁଅ ଜୟ ଢୋଲକିଆ, ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ। ରାଜେନ୍ଦ୍ର ଢ଼ୋଲକିଆଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ ଆବେଗ ରହିଛି ବୋଲି ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି।
ସ୍ଥାନୀୟ ବିଜେଡି ନେତା ମଧ୍ୟ ଜୟ ଢୋଲକିଆଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରୁଛନ୍ତି। ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଛନ୍ତି ଦେବୀ ମିଶ୍ର। ଆସନ୍ତାକାଲି ଠାରୁ ନୂଆପଡ଼ାରେ ବିଜେଡି ପଦଯାତ୍ରା ହେବ।
Also read:ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରାଜଧାନୀକୁ ରେଡ୍ ଆଲର୍ଟ, ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ