ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ୍

ବରଗଡ଼ : ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି । ୫୦ ହଜାର ଟଙ୍କା ଲେଖାଏଁ ଜମାନତ୍ ଓ ୨ଜଣ ଜାମିନଦାରଙ୍କ ବଦଳରେ ବେଲ୍ ମିଳିଛି। କୋର୍ଟ ସର୍ତ୍ତ ରଖିଛନ୍ତି, ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ସେ ବାହାରକୁ ଯାଇ ପାରିବେ ନାହିଁ। ବନାବିରା ଗୁଳିକାଣ୍ଡ ମାମଲାରେ ଗତ ମାର୍ଚ୍ଚ ୧୫ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ବିଜେପୁର ଉପନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଫେବ୍ରୁଆରୀ ୨୩ ତାରିଖ ରାତିରେ ବନାବିରାରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ସଂପୃକ୍ତି ଅଭିଯୋଗରେ ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁରରୁ ଗିରଫ କରିଥିଲା ପୋଲିସ । ଏବେ ସେ ସୋହେଲା ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.