ମହଙ୍ଗା ପଡିଲା ଜେଲ୍ ଭିତରକୁ ମୋବାଇଲ ନେବା, ସସ୍‌ପେଣ୍ଡ ହେଲେ ୨ ଜେଲ୍ ଓ୍ୱାର୍ଡର

କରଞ୍ଜିଆ :  ଜେଲ୍ ଭିତରକୁ ମୋବାଇଲ ନେବା ପଡିଲା ମହଙ୍ଗା ।  କରଞ୍ଜିଆ ଉପ କାରାଗାରର ଦୁଇ କର୍ମଚାରୀ ନିଲମ୍ବିତ । ମୁ ଖ୍ୟ ୱାର୍ଡର କୃଷ୍ଣଚନ୍ଦ୍ର ମହାନ୍ତ ଏବଂ ୱାର୍ଡର ସ୍ବାଗତ ରଥ ନିଲମ୍ବିତ ହୋଇଛନ୍ତି । କୃଷ୍ଣଚନ୍ଦ୍ର ରଥ ଓ ସ୍ବାଗତ ରଥଙ୍କ ନାଁରେ ଜେଲ୍ ର ଅନ୍ତେବାସୀ ମାନେ ଅଭିଯୋଗ ଆଣିବା ପରେ ଉଭୟଙ୍କୁ ନିଲମ୍ବନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବାରିପଦାର ସିନିୟର ସୁପରିଟେଣ୍ଡେଣ୍ଟ ସୂଜିତ୍ କୁମାର ରାଉଳ ।

ଏହାସହ କ୍ଷମତାର ଅପବ୍ୟବହାର ଜେଲ୍‌ରେ ମନମାନି କରିଥିବା ବି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କରିଛନ୍ତି ବାରିପଦା ସର୍କଲ୍ ଜେଲ୍ ର ବରିଷ୍ଠ ଜେଲ୍ ଅଧିକ୍ଷକ । ସମ୍ପୃକ୍ତ ୱାର୍ଡରଙ୍କୁ ନାଁରେ ଅଭିଯୋଗ ଥିଲା କି, ଗତ ଅଗଷ୍ଟ ୩୦ ତାରିଖ ରାତି ୧୦ ଟା ବେଳେ ଜେଲ୍ ଭିତରୁ ସହକାରୀ ସବ୍ ଜେଲର ୱାର୍ଡର ସ୍ବାଗତ ରଥ ଠାରୁ ମୋବାଇଲ୍ ଜବତ୍ କରିଥିଲେ । କିଛି ମାସ ପୂର୍ବରୁ ମଧ୍ୟ ଜେଲର ଆଉ ଜଣେ ୱାର୍ଡର ଜଣେ କଏଦୀଙ୍କୁ ଫେରାର ଘଟଣାରେ ନିଲମ୍ବିତ ହୋଇଛନ୍ତି ।

You might also like