ଯାଜପୁର: ଅଳପୁଆ ଗ୍ରାମରେ ଅଘଟଣ, ପୋଖରୀରେ ଭାସୁଛି ୨ଟି ମୃତଦେହ

ଯାଜପୁର (କେନ୍ୟୁଜ): ପୋଖରୀରେ ଭାସୁଛି ୨ଟି ମୃତଦେହ।ଯାଜପୁର ଜିଲ୍ଲା ଅର୍ଥଙ୍ଗା ପଂଚାୟତ ଅଳପୁଆ ଗ୍ରାମରେ ଘଟିଛି ଏହି ଅଘଟଣ। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ସୂଚନା ମୁତାବକ, ସୋମବାର ରାତିରେ ଅଳପୁଆ ଗ୍ରାମରେ ଥିବା ପୋଖରୀକୁ ସ୍ଥାନୀୟ ଗ୍ରାମର ୩ଜଣ ବ୍ୟକ୍ତି ମାଛ ଧରିବାକୁ ଆସିଥିଲେ। ଏହି ସମୟରେ ଗ୍ରାମବାସୀ ଜାଣି ପରିବାରୁ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଜଣେ ଲୋକ ସେଠାରୁ ଖସି ପଳାଇ ଯାଇଥିବା ବେଳେ ଅନ୍ୟ ୨ଜଣ ରହିଯାଇଥିଲେ। ତେବେ ଆଜି ୨ଜଣ ନିଖୋଜ ଥିବା ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ।

ତେବେ ଘଟଣାସ୍ଥଳରୁ ଖସି ଆସିଥିବା ପ୍ରଶାନ୍ତ ମଲିକ ନାମକ ଯୁବକକୁ ଥାନାକୁ ଡ଼ାକି ପୋଲିସ ପଚରା ଉଚରା କରିଥିବା ବେଳେ ଆଜି ଅପରାହ୍ନରେ ୨ଜଣଙ୍କର ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ଦ୍ୱୟ ସଦର ଥାନା ଅନ୍ତର୍ଗତ ସାମନ୍ତରାପୁର ପଂଚାୟତ ରସୁଣା ଗ୍ରାମର ଅନାମ ମଲିକ ଓ ଶୁକଦେଵ ମଲିକ। ଉଭୟ ସମ୍ପର୍କରେ ଦାଦା ପୁତୁରା ଵୋଲି ସୂଚନା ମିଳିଛି। ଏପଟେ ଅଗ୍ନିଶମ ବହିନୀକୁ ଗ୍ରାମବାସୀ ଖବର ଦେଇଥିବା ବେଳେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି।

You might also like