ରାଜ୍ୟ

ଯାଜପୁରର ବଡ଼ ମଙ୍ଗଳପୁର ଗ୍ରାମରେ ସପ୍ତସତୀ ଚଣ୍ଡୀ ଯଜ୍ଞ ଉତ୍ସବ ଅନୁଷ୍ଠିତ

ଯାଜପୁର(କେନ୍ୟୁଜ): ଗ୍ରାମର ଅଧିଷ୍ଠାତୀ ଦେବୀ ହେଉଛନ୍ତି ଗ୍ରାମଦେବତୀ। ଓଡ଼ିଶାର ଗାଁମାନଙ୍କରେ ଶେଷ ମୁଣ୍ଡରେ ପୂଜା ପାଉଥିବା ଦେବୀ ରୂପି ପ୍ରତିମା ହେଉଛନ୍ତି ଗ୍ରାମଦେବତୀ । ଦେବୀଙ୍କୁ ପ‌ଥରରେ ସିନ୍ଦୂର ବୋଳି ତାହା ଚାରିପଟେ ‌‌ମାଟିଘୋଡ଼ା ଶଂଖା, ଶାଢ଼ୀରେ ସଜାଇ ଦେବୀଙ୍କୁ ପ୍ରତିକାତ୍ମକ ଭାବେ ପୂଜା କରାଯାଏ । ସୂଚନା ଅନୁଯାୟୀ ଗ୍ରାମଦେବତୀଙ୍କ ପୂଜନ ଓଡ଼ିଶାରେ ଜୈନ ଧର୍ମ, ବୌଦ୍ଧ ଧର୍ମ କିମ୍ବା ତାହାର ଅନେକ ଆଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳିଥାଏ ।

ଏହି ସମ‌ୟରେ ଗ୍ରାମଦେବତୀ ପୂଜନର ବ‌ହୁଳତା ଦେଖିବାକୁ ମିଳିଥାଏ ଓଡ଼ିଶାରେ ଶକ୍ତି ଆରାଧନା କାଳରେ ନାନାଦି ବସ୍ତୁକୁ ଦେବୀଙ୍କ ପ୍ରତୀକ ରୂପରେ ପୂଜା କରାଯାଉଥିଲା । । ପ‌ଥର ବ୍ୟତିତ କାଠକୁ ମଧ୍ୟ ପୂଜା କରିବାର ପରମ୍ପରା ରହିଥିଲା । ଆମରାଜ୍ୟ ଓଡ଼ିଶାର ଗାଁମାନଙ୍କର ଆରମ୍ଭରେ କିମ୍ବା ଶେଷମୁଣ୍ଡରେ ଦେବୀ ଶକ୍ତି ଙ୍କର ସଙ୍କେତ ପ୍ରତିମା କେଉଁ ଆବହମାନକାଳରୁ ପୂଜାପାଇଆସୁଛନ୍ତି ।

ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପରିବାରର ପ୍ରତ୍ୟେକ ଶୁଭକାର୍ଯ୍ୟ ଯଥା-ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ତାଙ୍କୁ ପୂଜା କରାଯାଏ । ଗାଁରେ କିଛି ଅନିଷ୍ଟ ଦେଖାଦେଲେ ମାଆଙ୍କ ପାଖରେ ପଣା, ଧୂପଦୀପ, ବଳୀ ଦେଇ ଆଶିଷ ଭିକ୍ଷା କରାଯାଏ। ପୂଜକ ଠାକୁରାଣୀଙ୍କ ସ୍ନାନ, ମାର୍ଜନା କରାଇ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ସେହିପରି ଗାଁ ରେ ଦେବୀଙ୍କ ପାଖରେ ଅନେକ ଯଜ୍ଞ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ଆମେ ଆଜି ଯାଜପୁର ବ୍ଲକ ଧର୍ମଶାଳା ଅନ୍ତର୍ଗତ ବଡ଼ମଙ୍ଗଳପୁର ଗ୍ରାମର ଗ୍ରାମଦେବତୀ ମା କରଞ୍ଜେଇଙ୍କ ମନ୍ଦିର ପ୍ରାଙ୍ଗଣରେ ସପ୍ତସପ୍ତୀ ଚଣ୍ଡି ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ଅଣାଯାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। କଳସ ଯାତ୍ରା ସମୟରେ ଗ୍ରାମବାସୀ ମାନେ ରାସ୍ତାରେ ନୂତନ ଶାଢ଼ୀ ବିଛାଇ ଶୋଭାଯାତ୍ରାକୁ ସ୍ୱାଗତ କରିବା ବେଶ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା।। ପରେ ଘଟ ସ୍ଥାପନ କରାଯାଇ ସୂର୍ଯ୍ୟ ପୂଜା, ଗୋ ପୂଜା, ଯଜ୍ଞାରମ୍ଭ କରାଯାଇଥିଲା। ପଣ୍ଡିତ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯଜ୍ଞ କାର୍ଯ୍ୟରେ ବ୍ରାହ୍ମଣ, ପଣ୍ଡିତ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଅବସରରେ ମାଙ୍କର ମହାସ୍ନାନ କରାଯିବା ସହ ଷୋଡ଼ଷ ଉପଚାରରେ ପୂଜା କରାଯାଇଥିଲା। ଏହି ସମୟରେ ମାଙ୍କୁ ଦର୍ଶନ କରିବା ପାଇଁ ବଡମଙ୍ଗଳପୁର ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ଯଥା ରୀତିନୀତି ଅନୁଯାୟୀ ମାଙ୍କର ପୂଜାର୍ଚ୍ଚନା କରାଯିବା ସହ ଯଜ୍ଞ କାର୍ଯ୍ୟ ସମାପନ ସହ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଡ଼ମଙ୍ଗଳପୁର ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ପରିଚାଳନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ବଡ଼ମଙ୍ଗଳପୁର ଗ୍ରାମଦେବତୀ ମା କରଂଜେଇଙ୍କ ମନ୍ଦିର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ମାଙ୍କର ସୁନା ଅଳଙ୍କାର ଲୁଟି ନେଇଥିଲେ। ଫଳରେ ଗ୍ରାମବାସୀମାନେ ଏକାଠି ହୋଇ ଏଭଳି ଯଜ୍ଞର ଆୟୋଜନ କରିଥିଲେ।

D Sonali

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

43 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

50 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago