ରାଜ୍ୟ

ଯାଜପୁର: ବାରବାଟୀ ପରିବା ବଜାର ଉପରେ ପ୍ରଶାସନର ଛାଟ, ବଦଳିଲା ପରିବା ବଜାରର ଠିକଣା

ଯାଜପୁର(କେନ୍ୟୁଜ୍): ରାଜ୍ୟର ଅନ୍ୟତମ ବୃହତ ପରିବା ବଜାର ଯାଜପୁର ଜିଲ୍ଲାର ବାରବାଟୀ । କରୋନା ମାଡରେ ପ୍ରଭାବିତ ହୋଇଛି ଏହି ପରିବା ବଜାର । ଏହି ବଜାର ଉପରେ ଲାଗିଛି ପ୍ରଶାସନର ଛାଟ । ସାମାଜିକ ଦୂରତ୍ୱକୁ ବଜାୟ ରଖିବା ପାଇଁ ବଦଳିଛି ପରିବା ବଜାରର ଠିକଣା । ବଜାରକୁ ଭାଗ ଭାଗ କରି ଆଜିଠାରୁ ୩ଟି ସ୍ଥାନରେ ଖୋଲିଛି ଏହି ପରିବା ମାର୍କେଟ୍ । ରାଜ୍ୟର ଅନ୍ୟତମ ବୃହତ ପରିବା ବଜାର ହେଉଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବାଟବାଟୀ ପରିବା ବଜାର । ଏହି ବଜାର ବର୍ଷ ବର୍ଷ ଧରି ରାଜ୍ୟ ତଥା ରାଜ୍ୟ ବାହାରକୁ ପନିପରିବା ଯୋଗାଇଥାଏ । ତଟକା ପନିପରିବା ସହ ସୁଲଭ ମୂଲ୍ୟରେ ଏଠାରେ ପରିବା ବିକ୍ରୟ ହୋଇଥାଏ । ଯେଉଁଥିପାଇଁ କି ପ୍ରତ୍ୟହ ଏଠାରେ ହଜାର ହଜାର ଗାଡି ମଟର ଜମିବା ସହ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ ଜମିଥାଏ ।

 

ସାରା ଦେଶ ଲକ ଡାଉନ୍ ଘୋଷଣା ପରେ ପ୍ରଭାବିତ ହୋଇଛି ଏହି ପରିବା ବଜାର । ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଏଠାକୁ ଆଣି ବିକ୍ରୟ କରିବା ସମୟରେ ଲୋକଙ୍କ ଭିଡ ଜମୁଥିଲା । ଫଳରେ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରହୁନଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ପନିପରିବା ଯାଉଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତି ଆଜି ଠାରୁ ଏହି ପରିବା ବଜାରକୁ ଭାଗ ଭାଗ କରାଯାଇ ୩ଟି ସ୍ଥାନରେ ଖୋଲାଯାଇଛି । ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ବସୁଥିଲା ଏହି ପରିବା ମାର୍କେଟ୍ । ପରିବା ବଜାର ଉଠିଯିବା ପରେ ଖାଁ ଖାଁ ଲାଗୁଛି ଏହି ସ୍ଥାନ । କୁଆ କୋଇଲି ବି ଉଡୁ ନାହାଁନ୍ତି । କାରଣ ଆଜିଠୁ ବଦଳିଯାଇଛି ବାରବାଟୀ ପରିବା ବଜାରର ଠିକଣା । ପ୍ରଶାସନର ନିଷ୍ପତି କ୍ରମେ ଚାଷୀମାନଙ୍କୁ ବାରବାଟୀ ମହିଳା ହାଟ ଓ ବ୍ୟବସାୟୀମାନଙ୍କୁ ସିଂହାପୁର ଯାତ୍ରା ପଡିଆ ଏବଂ ଓଡିଶୋ ପଡିଆ ଠାରେ ବସି ବ୍ୟବସାୟ କରିବାକୁ ସ୍ଥାନ ନିରୂପଣ କରାଯାଇଛି ।

ଏଥିସହ ରସୁଲପୁର ଅଂଚଳରେ ଥିବା ବିଭିନ୍ନ ପଂଚାୟତର ଚାଷୀମାନଙ୍କୁ ପରିବା ବିକା କିଣା କରିବା ପାଇଁ କେଉଁଠାକୁ ଯିବାକୁ ହେବ ସେ ନେଇ ମଧ୍ୟ ନିର୍ଦ୍ଦେଶାନାମା ଜାରି ହୋଇଛି । ଏହି ପରିବା ବଜାର ସକାଳ ୭ଟାରୁ ଦିନ ୧୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିରିକୃତ ହୋଇଛି । ଆଜି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଏଡିଏମ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ରସୁଲପୁର ବିଡିଓ, ତହସିଲଦାର, ଧର୍ମଶାଳା ଓ କୁଆଖିଆ ଥାନା ଅଧିକାରୀ ସେଠାରେ ପହଂଚି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ତେବେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଶାସନିକ ଅଧିକାରୀମାନେ ଏହି ସମୟରେ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରାଇବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

9 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

23 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

36 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

37 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago