ଯାଜପୁର ବଡଚଣା ପୋଲିସ ଦ୍ୱାରା ୩ଲୁଟେରା ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ପୋଲିସ ଦ୍ୱାରା ୩ଲୁଟେରା ଗିରଫ । ଅଭିଯୋଗ ମୁତାବକ, ଜାତୀୟ ରାଜପଥର ଛତିଆ ନିକଟରେ ଏହି ଲୁଟେରାମାନେ ବଡଚଣା ଥାନା ବେଣାପୁର ଗ୍ରାମର ସତ୍ୟବ୍ରତ ଦାସଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ । ଏନେଇ ସତ୍ୟବ୍ରତ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତି କରି ବଡଚଣା ପୋଲିସ ଘଟଣାରେ ସଂପୃକ୍ତ ୩ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।