ଆଜି ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା: ଦଶାଶ୍ୱମେଧ ଘାଟରେ ସ୍ନାନ କରିବେ ଶ୍ରଦ୍ଧାଳୁ, ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଆଜି ଯାଜପୁର ଦଶାଶ୍ୱମେଧ ଘାଟ ବୈତରଣୀ ନଦୀରେ ବୁଡ଼ ପକାଇବେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ । ସକାଳ ୮ଟା ୪୨ ଠାରୁ ଅପରାହ୍‌ଣ ୩ଟା ଯାଏ ମହାବାରୁଣୀ ଯୋଗ ରହୁଥିବା ଜଣାପଡିଛି । 

ଯାଜପୁର (କେନ୍ୟୁଜ); ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନ । ଯାଜପୁର ଦଶାଶ୍ୱମେଧ ଘାଟ ବୈତରଣୀ ନଦୀରେ ବୁଡ଼ ପକାଇବେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ । ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତିବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ ।

ଦୀର୍ଘ ୨ ବର୍ଷ କରୋନା ମହାମାରୀ ପାଇଁ ବାରୁଣୀ ସ୍ନାନ ବନ୍ଦ ଥିବା ବେଳେ ଚଳିତ ବର୍ଷ ବାରୁଣୀ ସ୍ନାନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୮ଟା ୪୨ ଠାରୁ ଅପରାହ୍‌ଣ ୩ଟା ଯାଏ ମହାବାରୁଣୀ ଯୋଗ ରହୁଥିବା ଜଣାପଡିଛି । ଶ୍ରଦ୍ଧାଳୁମାନଙ୍କ ବୁଡ଼ ଓ ସ୍ନାନ ପାଇଁ ପ୍ରଶାସନ ଓ ଯାଜପୁର ପୌରପାଳିକା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଘାଟକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ବାରିକେଡ ବ୍ୟବସ୍ଥା ହୋଇଛି । ବିଶ୍ୱାସ ରହିଛି ଏହି ଦିନରେ ଏଠାରେ ପିଣ୍ଡ ଦାନ କଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୋଇ ଥାଆନ୍ତି । ୭ ଦିନ ଧରି ଚାଲିବାକୁ ଥିବା ବାରୁଣୀ ମେଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.