ବୈତରଣୀ ନଦୀରେ ପବିତ୍ର ବାରୁଣୀ ସ୍ନାନ ଯୋଗ, ବୁଡ ପକାଇଲେ ଶହ ଶହ ଶ୍ରଦ୍ଧାଳୁ

ଯାଜପୁର ଟାଉନ୍ (କେନ୍ୟୁଜ୍) : ଆଜି ଯାଜପୁରରେ ପୁଣ୍ୟତୟା ବୈତରଣୀ ନଦୀରେ ପବିତ୍ର ବାରୁଣୀ ସ୍ନାନ ଯୋଗ ପଡ଼ିଛି । ବାରୁଣୀ ବୁଡ଼ ପକାଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରି ନଦୀ ପାର୍ଶ୍ୱ ସ୍ଥିତ ସପ୍ତମାତୃକା, ସିଦ୍ଧି ଗଣେଶ ଏବଂ ଜଗନ୍ନାଥ ମନ୍ଦିର ସହ ବରାହନାଥ ମନ୍ଦିର ଦର୍ଶନ କରିଛନ୍ତି । ବହୁ ଦୂରଦୂରାନ୍ତରୁ ଯାତ୍ରୀମାନେ ଆସି ବାରୁଣୀ ବୁଡ ପକାଇ ମୋକ୍ଷ ଲାଭ କରିଛନ୍ତି । ଏହା ସହିତ ଆଜିଠାରୁ ବାରୁଣୀ ପଡ଼ିଆରେ ବାରୁଣୀ ମେଳା ମଧ୍ୟ ଆରମ୍ଭ ହୋଇଛି । ଲୋକ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।