ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମହାଷ୍ଟମୀ ପୂଜା

ଯାଜପୁର(କେନ୍ଯୁଜ୍) : ଧରା ଅବତରଣ କଲେ ଦୂର୍ଗତିନାଶୀନୀ ମା’ଦୁର୍ଗା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କର ଆଜି ମହାଷ୍ଠମୀ ।  ଭକ୍ତମାନେ ମା’ଙ୍କର ପାଦ ଦର୍ଶନକରିବା ପାଇଁ ସକାଳରୁ ଭିଡ଼ବାନ୍ଦିଥିବା ଦେଖାଦେଇଛି । ସ୍ବତନ୍ତ୍ର ରୀତିନୀତି ଅନୁସାରେ ମା’ଙ୍କ ର ଏହି  ସ୍ୱତନ୍ତ୍ର ନବରାତ୍ରୀ ଉତ୍ସବ ଚାଲିଛି । ସକାଳୁ ମା’ଙ୍କୁ ବୈତରଣୀ ତୀର୍ଥ ଜଳରାଶୀରେ ସ୍ନାନ ସହ ସ୍ୱତନ୍ତ୍ର ବେଶକରାଯାଇ ଭକ୍ତଙ୍କୁ ମୁଖଦର୍ଶନ କରି ପୂଜାର୍ଘ୍ୟ ବାଡ଼ିଛନ୍ତି ।

maaଦୁର୍ଗା ଦଶଭୁଜା ରୁପରେ ପୁଜା ପାଉଥିବା ବେଳେ ଯାଜପୁର ରେ ଦ୍ୱିଭୁଜା ଦୁର୍ଗା ପୁଜା ପାଉଥିବା ଅନନ୍ୟ ପରମ୍ପରା ରହିଛି । ସ୍ନତନ୍ତ୍ର ରୀତି ନିତି ଅନୁସାରେ ମା’ଙ୍କର ଏହି ନବରାତ୍ର ଉତ୍ସବରେ ଚାଲିଛି ସହାଣ ମେଳା ଯାହାକି ବର୍ଷକରେ ଥରେ ଦେଖିବାର ସୈାଭାଗ୍ୟ ଲାଭ କରିଥାନ୍ତ ଶ୍ରଦ୍ଦାଳୁମାନେ । ମା’ବିରଜା ରଥରେ ନବଦିନ ବିଜେ କରି ମହିଷାଷୁରକୁ ବଧ କରିବା ଯାଜପୁର କାହିଁକି ସାରା ଦେଶରେ ଏଭଳି ପରମ୍ପରା ବିରଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.