ଚାଓମିନ ପାଇଁ ନାବାଳକଙ୍କୁ ପିଟି ହତ୍ୟା ଘଟଣା, ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ ଗିରଫ

ଯାଜପୁର : ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ ଗିରଫ । ଚାଓମିନ ମାଗିବାରୁ ବାପ ପୁଅଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଯାଜପୁର ସଦର ପୋଲିସ ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ ଯାଜପୁର ସଦର ଥାନା ଅଧୀନ ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଶୁକଦେବ ଦାସ ଗତ ୯ ତାରିଖ ରାତିରେ ସ୍ଥାନୀୟ ଶିବାଛକର ଏକ ଚାଓମିନ ଦୋକାନକୁ ଯାଇ ଚାଓମିନ ମାଗିଥିଲେ । ଦୋକାନୀ ଅନିଲ କୁମାର ମଲ୍ଲିକ ଶୁକଦେବଙ୍କୁ ଚାଓମିନ ନଦେଇ ଅପେକ୍ଷା କରାଇଥିଲା । ପରେ କଥା କଟାକଟି ସହ ଶୁକଦେବ ଓ ତାଙ୍କ ୧୪ବର୍ଷୀୟ ପୁଅ ଶାନ୍ତନୁଙ୍କୁ ସଙ୍ଘବଦ୍ଧ ଭାବେ ଲୁହାରଡ଼ ଏବଂ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶାନ୍ତନୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ୩୭/୨୫ରେ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣା ଯାଇଛି ।

 

 

ଆହୁରି ପଢ଼ନ୍ତୁ : ପୁତୁରା ବାହାଘର ଦିନ ଉଠିଲା ମଉସାର କୋକେଇ