ଯାଜପୁର: ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ, ବାଳାଶ୍ରମ ଅନ୍ତେବାସୀଙ୍କ ପାଳନ କଲେ ଜନ୍ମଦିନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଉତ୍କଳ ବାଳାଶ୍ରମ ପରିସରରେ ଦୁଇ ଅନ୍ତେବାସୀ ସନାତନ ଓ ଅସାଳୁ ଙ୍କ ଜନ୍ମ ଦିନ ପାଳନ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପାଳ ରଂଜନ କୁମାର ଦାସଙ୍କ ନିଷ୍ପତି କ୍ରମେ ଦୁଇଟି ଶିଶୁ ଙ୍କ ଜନ୍ମ ଦିନ ସରସ ସୁନ୍ଦର ଭାବେ ପାଳନ କରାଯାଇଥିଲା। ଆଇ ବି ବି ଆଇ ଏହି ଅଭିନବ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଙ୍କୁ ପ୍ରଶଂସା କରିବା ସହ ସହଯୋଗ ର ହାତ ବଢ଼ାଇଥିଲେ। ବାଳାଶ୍ରମ ର ଅନ୍ତେବାସୀ ମାନେ ନ ଭାବନ୍ତୁ ଯେ ସେମାନେ ଏକା ବା ସେମାନଙ୍କ ପାଇଁ କେହି ନାହିଁ ବୋଲି।

collector celebrate birthdayଏଥିପାଇଁ ଆମେ ସେମାନଙ୍କୁ ପୂର୍ବରୁ ବିଭିନ୍ନ ଉତ୍ସବ, ପୂଜା ପାର୍ବଣ ରେ ସାମିଲ କରିଛୁ। ପ୍ରଥମାଷ୍ଟମୀ ରେ ନୂତନ ପୋଷାକ ପିନ୍ଧେଇଛୁ, ନୂଆ ବର୍ଷ ସେମାନଙ୍କ ସହିତ କାଟିଛୁ। ସେମାନଙ୍କୁ ଘରେ ରହିଲେ ଯେପରି ଖୁସି ଓ ଆନନ୍ଦ ମିଳିଥାନ୍ତା ଆମେ ସେହିପରି ବ୍ୟବସ୍ଥା କରିଛୁ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ। ଭବିଷ୍ୟତରେ ବାଳାଶ୍ରମର ଉନ୍ନତି ପାଇଁ ବିବିଧ ପଦକ୍ଷେପ ନିଆଯିବ।

୨କୋଟି ଟଙ୍କା ବ୍ୟୟ ରେ ତାହା ର ଉନ୍ନତି କରଣ,ବାଳାଶ୍ରମ ପରିସରରେ ବର୍ଷା ଜଳ ନିଷ୍କାସନ ର ସୁବିଧା ନଥିବାରୁ ସେଥିପାଇଁ ସେଠାରେ ବର୍ଷା ଜଳ ଅମଳ ପ୍ରକଳ୍ପ ର ପରିକଳ୍ପନା କରାଯାଇଛି ବୋଲି ସେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ବାଳାଶ୍ରମ ର ଅଧିକ୍ଷକ ପ୍ରଜ୍ଞାସିନି ସାହୁ ,ବାଳାଶ୍ରମ ର ଅନ୍ୟାନ୍ୟ କର୍ମଚାରୀ, ଶିଶୁ ସୁରକ୍ଷା ୟୁନିଟ ର ଅନ୍ୟାନ୍ୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ବାଳାଶ୍ରମ ର ସମସ୍ତ ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.