ଯାଜପୁର : ପ୍ରଶାସନ ପହଞ୍ଚିଲା ପୀଡ଼ିତ ରମାକାନ୍ତଙ୍କ ପାଖରେ, ମିଳିଲା ସହାୟତା
ଯାଜପୁର ଟାଉନ (କେ ନ୍ୟୁଜ୍) : ସହାୟତା ମିଳିଲା ପୀଡ଼ିତଙ୍କୁ । କେ ନ୍ୟୁଜ୍ର ପ୍ରଭାବ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉଦୟପୁର ଗାଁର ଶିକୁଳିରେ ବନ୍ଧା ଯୁବକଙ୍କ ସମ୍ପର୍କରେ କେନ୍ୟୁଜ୍ରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ପୀଡ଼ିତ ରମାକାନ୍ତ ଙ୍କ ପାଖରେ ପହଞ୍ଚିଛି ପ୍ରଶାସନ । ନିଜେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ତାଙ୍କ ପରିବାରଙ୍କୁ ଭେଟି ବିଜୁ ପକ୍କା ଘର ସହ ରେସନ କାର୍ଡ ପ୍ରଦାନ କଲେ । ରମାକାନ୍ତଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଜିଲ୍ଲାପାଳ ପରିବାରଵର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ରମାକାନ୍ତ ବେହେରା ଗତ ୩୦ବର୍ଷ ହେଲା ବନ୍ଧା ହୋଇ ରହିଥିଲେ। ସରକାରୀ ଯୋଜନା ପାଇବା ପାଇଁ ଆଧାର କାର୍ଡ଼ ଜରୁରୀ ଥିବାରୁ ରମାକାନ୍ତଙ୍କ ଘରେ ଆସି ଆଧାର କରିବାକୁ ସ୍ଥାନୀୟ ଜନ ସେବା କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।