ଖୋର୍ଦ୍ଧାକୁ ଟପିଲା ଯାଜପୁର: ପଜିଟିଭଙ୍କ ସଂଖ୍ୟାରେ ହେଲା ଏକ ନମ୍ବର

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୪୮ରେ ପହଞ୍ଚିଥିବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୧୫୭ କୁ ବୃଦ୍ଧି ପାଇଛି ।ଆକ୍ରାନ୍ତ ଜଣକ ବରୀ ବ୍ଲକର ୬୨ ବର୍ଷୀୟ ବୟସ୍କ ପୁରୁଷ ଓ ସେ କଲକାତା ଫେରନ୍ତା ବୋଲି ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତାଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଖୋଜା ଚାଲିଛି ବୋଲି ସୂଚାନ ଦେଇଛି ସ୍ୱାସ୍ଥ୍ୟ ବିଭଗ ।


ଅପରାହ୍ନରେ ଯାଜପୁରରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉଭୟ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ର । ଉଭୟ ଆକ୍ରାନ୍ତ କୋଲକତା ଫେରନ୍ତା। ଆକ୍ରାନ୍ତଙ୍କ ଭିତରୁ ଜଣେ ୪୮ ବର୍ଷିୟ ଏବଂ ଜଣେ ୫୫ ବର୍ଷିୟ ପୁରୁଷ। ଉଭୟଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଥିଲା । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି ଥିବାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.