ଯାଜପୁର ପୋଲିସ ଦେଖାଇଲା ମାନବିକତା, ଲକ ଡାଉନ ସମୟରେ ଭୋକିଲା ପେଟରେ ଦେଉଛି ଦାନା

ଯାଜପୁର : କରୋନାକୁ ନେଇ ଏବେ ସାରା ଦେଶ ସମେତ ରାଜ୍ୟ ମୁକାବିଲା କରୁଛନ୍ତି । ଲକଡାଉନ ଜାରି ହେବା କାରଣରୁ ଏବେକା ସମୟରେ ସବୁ କାମ ଧନ୍ଦା ବି ବନ୍ଦ । ଏପରି ପରିସ୍ଥିତିରେ ବେଶୀ ହଇରାଣର ସାମ୍ନା କରୁଛନ୍ତି ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ । ଏମିତିକି ସେମାନଙ୍କୁ ଦିନ ଦିନ ଧରି ଭୋକ ଉପାସରେ ରହିବାକୁ ପଡୁଛି । ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୋଲିସ ।

ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ଷେତ୍ରପାଳ, କଂଟିଗଡିଆ, ଦେଓଦା, ନୀଳକଂଠୁର, କାଏମା ଆଦି ଅଂଚଳରେ ଶତାଧିକ ଗରିବ ଶ୍ରେଣୀର ପରିବାରଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯିବା ସହ ସେମାନଙ୍କୁ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସଚେତନ ରକ୍ଷା କରିବାକୁ  ପରାମର୍ଶ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେପୋଲିସ ସମିତିର ଅନେକ କର୍ମକର୍ତ୍ତା ସାମିଲ ହୋଇ ଖାଦ୍ୟ ବଂଟନ ଜାରି
ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.