ଯାଜପୁର: ପ୍ରଶାସନ ପକ୍ଷରୁ ଲିଜ୍ ରେ ଦିଆଯାଇଥିବା ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ

ଯାଜପୁର(କେନ୍ୟୁଜ୍): ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଲିଜ୍ ବାଲି ଘାଟକୁ ଗ୍ରାମବାସୀଙ୍କ ବିରୋଧ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ କେଲୁଅ ନଦୀର ଗୋପନଗରଠାରେ ସରକାରୀ ବାଲଘିାଟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ନୂତନ ଭାବେ ଲିଜ ଦିଆଯାଇଥିବା ଏହି ବାଲଘିାଟରୁ ଆଜି ବାଲି ପରିବହନ ହେଉଥିବା ବେଳେ ଗ୍ରାମବାସୀମାନେ ସେଠାରେ ପହଁଚି ବାଲି ପରିବହନ କରୁଥିବା ଟ୍ରାକ୍ଟରକୁ ଅଟକ ରଖିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।
ବାଲିଘାଟ ନିକଟରେ ସ୍କୁଲ, ମନ୍ଦିର ଶ୍ମଶାନ ରହିଥିବା ବେଳେ ପ୍ରତ୍ୟେକ ଦିନ ସ୍ଥାନୀୟ ଅଂଚଳର ଚାଷୀ ଏହି ବାଟ ଦେଇ ନିଜ କ୍ଷେତକୁ ଯାଇଥାନ୍ତି । ସେହପିରି ଗାଁର ମହିଳାମାନେ ସ୍ନାନ ଓ ଶୌଚ ପାଇଁ ଏହି ଘାଟକୁ ଆସିଥାନ୍ତି । ତେଣୁ ଏଠାରେ ବାଲିଘାଟ ଚାଲିଲେ ପ୍ରତ୍ୟେହ ଦିନ ଶହ ଶହ ଟ୍ରିପ ବାଲି ଚାଲାଣ ହେବ । ଫଳରେ ଅଂଚଳ ପ୍ରଦୂଷଣ ହେବା ସହ ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେବେ ବୋଲି ଅଭିଯୋଗ କରିଛନ୍ତି । ଏନେଇ ଏଠାରେ ବାଲିଘାଟକୁ ବନ୍ଦ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।