ଯାଜପୁରରେ ମଦ କାରବାର ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣା, ୪ ଗିରଫ

ଯାଜପୁର: ଯାଜପୁରରେ ମଦ କାରବାର ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣାରେ ୪ ଗିରଫ । ମଙ୍ଗଳପୁର ଥାନା ବିିରିପଟା ବରେଇ ଗାଁରେ ଦୀର୍ଘଦିନ ହେବ ବିଜୟ ଜେନାଙ୍କ ବେଆଇନ ମଦ କାରବାରକୁ ବିରୋଧ କରିଆସୁଥିଲେ ଗ୍ରାମବାସୀ । ଏଥିରେ ବିଜୟ ଉତକ୍ଷିପ୍ତ ହୋଇ ପଡ଼ୋଶୀ ମହେଶ୍ୱର ଜେନାଙ୍କ ପରିବାର ଲୋକଙ୍କୁ ଗତ ରବିବାର ମାଡ଼ ମାରିଥିଲା ।

ମହେଶ୍ୱରଙ୍କ ପତ୍ନୀ ଲକ୍ଷ୍ମୀ ଜେନାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେବାରୁ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଲକ୍ଷ୍ମୀର ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବିଜୟ ଯେନା ସମେତ ତାର ପତ୍ନୀ, ଭାଇ ଓ ବାପାକୁ ଗିରଫ କରିଥିଲା । ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଖିବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.