ଯାଜପୁରର ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋଡଙ୍କ ପ୍ରଥମ ବଡଚଣା ଗସ୍ତ,ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ କଲେ ସମୀକ୍ଷା

ଯାଜପୁର (କେନ୍ୟୁଜ) : ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋଡ୍ ଯାଜପୁରରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ପ୍ରଥମ କରି ବଡଚଣା ଗସ୍ତ କରିଥିଲେ। ପ୍ରଥମେ ବଡଚଣା ବ୍ଲକ ପରିସରରେ ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରିଙ୍କ ସହିତ ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ପରେ ଖଏରା ପଞ୍ଚାୟତର ହାଟୁଆ ପୋଖରୀ ନିକଟରେ ପହଞ୍ଚି ଏହାକୁ ଏକ ଆଦର୍ଶ ପୋଖରୀରେ ପରିଣତ କରିବା ସହିତ ଏହାର ପାରିପାର୍ଶ୍ଵକ ଅଞ୍ଚଳକୁ ସବୁଜ ବଳୟ ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଥିଲେ।
ଏହାପରେ ଭୂଷଣ୍ଡପୁର ପଞ୍ଚାୟତରେ ପହଞ୍ଚି ସେଠାରେ ନିର୍ମିତ ପୋଖରୀର ଉନ୍ନୟନ ମୂଳକ କାର୍ଯ୍ୟ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଅଧିକ ସଂଖ୍ୟକ ବୃକ୍ଷରୋପଣ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ କାଳରେ ବଡଚଣା ବିଡିଓଙ୍କ ସମେତ ସହକାରୀ ଯନ୍ତ୍ରୀ, ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।