ଯାଜପୁର ପାଣିକୋଇଲି ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ, ୨ କିନ୍ନରଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
![jajpur road](https://knewsodisha.com/wp-content/uploads/2021/09/jajpur-road.jpg)
ଯାଜପୁର(କେନ୍ୟୁଜ୍): ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ । ୨ କିନ୍ନରଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଗତ ୩ ତାରିଖରେ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ମାନସ ଦାସଙ୍କ ମୃତଦେହ ଠାବ ହୋଇଥିଲା।
ପ୍ରଥମେ ସେମାନଙ୍କ ଚିହ୍ନଟ ହୋଇପାରିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନଥିଲା। ପୋଲିସ ତଦନ୍ତରୁ ଏଥିରେ ଭଦ୍ରକର କିଛି ଯୁବକ ଏବଂ ଦୁଇ କିନ୍ନରଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ତଦନ୍ତ ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ମୃତକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି ହୋଇଛି ।.