୭ ଦୁର୍ବୃତ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ, ଦୀର୍ଘଦିନ ହେଲା ସିରିଜ୍ ଲୁଟ କରିଆସୁଥିଲେ ଅଭିଯୁକ୍ତ

ଯାଜପୁର : ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର ପୋଲିସ । ଲୁଟରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କୁ ଠାରୁ ଗହଣା ସମେତ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଦୀର୍ଘଦିନ ହେବ ବିଭିନ୍ନ ଅଂଚଳରୁ ସିରିଜ ଲୁଟ ହେଉଥିବା ଅଭିଯୋଗ ହୋଇଥିଲା ।
ବନ୍ଧୁକ ଦେଖାଇ ଘରୁ ସୁନା ଓ ରୂପା ଅଳଙ୍କାର ସହିତ ମୋବାଇଲ ଫୋନ ଲୁଟି ନେଉଥିଲେ ଦୁର୍ବୁତ୍ତ । ଏନେଇ ମଙ୍ଗଳପୁର ଥାନାରେ ବିଭିନ୍ନ ଅଂଚଳରୁ ଅଭିଯୋଗ ଆସିବାରୁ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୨ଟି ସ୍ବାତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବିଭିନ୍ନ ଜାଗାରେ ଚଢ଼ାଉ କରି ମୋଟ ୭ ଜଣଙ୍କୁ ଗିରଫ କରିଛି ଟିମ୍ । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।
ଆହୁରି ପଢ଼ନ୍ତୁ : ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ, ଜାଣନ୍ତୁ କଣ ରହିଛି କାରଣ