ରାଜ୍ୟ

ସମ୍ପର୍କୀୟ ପରିଚୟ ଦେଇ ଚୂନ ଲଗାଇଦେଲା ସାଇବର ଠକ, ଗିରଫ କଲା ଯାଜପୁର ପୋଲିସ

ଯାଜପୁର (କେନ୍ୟୁଜ୍): ସମ୍ପର୍କୀୟ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଉଥିଲା ସାଇବର ଠକ । ଠକକୁ ଗିରଫ କରିଛି ଯାଜପୁର ପୋଲିସ୍ । ଫୋନରେ ଏମିତି ଭାବରେ କଥା କହୁଥିଲା କି ଯେମିତି ଅତି ନିକଟ ସମ୍ପର୍କୀୟ । ଏମିତି କରି ଅନେକ ଲୋକଙ୍କ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଗିରଫ ବ୍ୟକ୍ତି ଜଣକ ହେଉଛି ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର କାର୍ତ୍ତିକ ରାଉତରାୟ ଓରଫ ଦୀପକ।

ଦୀପକ ବିରୋଧରେ ଭଞ୍ଜନଗର, ଜଗତସିଂହପୁର, ନବରଙ୍ଗପୁର, ଚାଉଳିଆ ଗଞ୍ଜ ସମେତ ରାଜ୍ୟର ବିଭିନ୍ନ ଥାନାରେ ଠକେଇ ମାମଲା ରହିଛି । ନିକଟରେ ଦୀପକ ଯାଜପୁର ଅଞ୍ଚଳର ଜଣେ ଆଇନଜୀବୀଙ୍କ ଠାରୁ ଟଙ୍କା ଠକି ନେଇଥିଲା।

ଏ ନେଇ ସେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଦୀପକକୁ କଟକ ବାଙ୍କୀ ଅଂଚଳରୁ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ତାକୁ କୋର୍ଟ ଚାଲାଣ କରାଯାଇଛି। ତେବେ ଅଭିଯୁକ୍ତ ଦୀପକ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସାଙ୍ଗମାନେ ତାକୁ ଫସାଇ ଦେଇଥିବା ସଫେଇ ଦେଇଛି।

Sasmita

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

10 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

11 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

43 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

54 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

59 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago