ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ବେଆଇନ ମୋରମ ବୋଝେଇ ହାଇୱା ଜବତ

ଯାଜପୁର : ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ବେଆଇନ ମୋରମ ବୋଝେଇ ହାଇୱା ଜବତ,୩ ଜଣ ଅଟକ ।  ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଯାଜପୁର ରୋଡ଼ ଥାନା ମୁଣ୍ଡମାଳ ମୌଜାର ବ୍ୟାସ ସରୋବର ଠାରେ ବେଆଇନ ଭାବରେ ମୋରମ ଚୋରା ଚାଲାଣ ହେଉଥିବା ଖବର ପାଇ ଯାଜପୁର ରୋଡ଼ ବନ ବିଭାଗର ଏକ ଟିମ ଚଢ଼ାଉ କରିଥିଲା ।  ଘଟଣାସ୍ଥଳରୁ ଗୋଟିଏ ହାଇୱା ଗୋଟିଏ ଜେସିବ ମେସିନ ସହ ୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।