ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ସ୍ୱନକ୍ଷତ୍ର ଦିବସ ପାଳିତ

ଯାଜପୁର (କେନ୍ୟୁଜ୍) : ଯାଜପୁର ପୂଣ୍ୟତୋୟା ବୈତରଣୀ ନିକଟ ବରାହନାଥରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି। ମହାସ୍ନାନ, ପୂଜା ହୋମ, ବିଷ୍ଣୁ ଶହସ୍ର ନାମ, ଗୀତା ପାଠ ଓ ସଂକୀର୍ତ୍ତନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ବରାହ ଜୀଉଙ୍କ ଦର୍ଶନ କରିଥିଲେ। ମନ୍ଦିର ଉପରେ ଧ୍ୱଜା ରୋପଣ କରାଯାଇଥିଲା।

jajpur 2

ସାଂସ୍କୃତିକ କାର‌୍ୟ୍ୟକ୍ରମ ସହ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ବକୁଳ ଅମାବାସ୍ୟା ଉପଲକ୍ଷେ ବକୁଳ କଢି ଠାକୁରଙ୍କୁ ପୂଜା କରି ଭକ୍ତମାନଙ୍କୁ ପ୍ରଦାନ କରାଯାଇଥିଲା। ସଂଧ୍ୟାରେ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ନୈବୈଦ୍ୟ ପ୍ରଦାନ କରାଯାଇଥାଏ। ଶ୍ରୀ ବରାହଜୀୟୁ ଉନ୍ନୟନ କମିଟି ଓ ମନ୍ଦିର ଟ୍ରଷ୍ଟି ଓ ତହସିଲଦାର ସମସ୍ତ କାର‌୍ୟ୍ୟକୁ ତଦାରଖ କରିଥିଲେ।