ରାଜ୍ୟ

ଦୁର୍ଦ୍ଦିନରେ ଦୁଇ ସରକାରୀ ଶିକ୍ଷକ, ୩୦ବର୍ଷ ଧରି ବିନା ବେତନରେ କରୁଛନ୍ତି ଶିକ୍ଷାଦାନ

ଯାଜପୁର (କେନ୍ୟୁଜ): ଦୁର୍ଦ୍ଦିନରେ ଦୁଇ ସରକାରୀ ଶିକ୍ଷକ । ବିନା ବେତନରେ କରୁଛନ୍ତି ଶିକ୍ଷାଦାନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିିତାପୁରସ୍ଥିତ ଶ୍ରୀ ଶ୍ରୀ ହିଙ୍ଗୁଳା ବିଦ୍ୟାମନ୍ଦିରରେ ବିନା ବେତନରେ ଦୀର୍ଘ ୩୦ ବର୍ଷରୁ ଅଧିକ ହେବ ପାଠ ପଢାଇ ଆସୁଛନ୍ତି ଦୁଇଜଣ ଶିକ୍ଷକ । ୧୯୮୨ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ୧୯୯୪ରେ ଏହା ସରକାରୀ ଅନୁଦାନ ପାଇଥିଲା । ୧୯୯୦ରେ ଗିରିଧାରୀ ପ୍ରଧାନ ଓ ୧୯୯୧ରେ ଅମୀୟ କୁମାର ବଡୁଙ୍କୁ ସ୍କୁଲ ମ୍ଯାନେଜମେଂଟ ନିଯୁକ୍ତି ଦେଇଥିଲା । କିନ୍ତୁ ୩୦ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ସେମାନଙ୍କ ପଦବୀକୁ ଏଯାଏଁ ସ୍ୱୀକୃତି ମିଳିନାହିଁ ।

ସ୍ୱୀକୃତି ଓ ଦରମା ପାଇବା ପାଇଁ ଏମାନେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟି ନିରାଶ ହୋଇଛନ୍ତି । ଏବେ ଅବସର ସମୟ ପାଖେଇ ଆସୁଥିବାରୁ କିଛି ଉପାୟ ନପାଇ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେବେଠାରୁ ଅଦ୍ୟାବଧି ଏହି ୨ଜଣ ଶିକ୍ଷକ ଅନବରତ ସ୍କୁଲକୁ ଆସି ପିଲାମାନଙ୍କୁ ଶିକ୍ଷାଦାନ କରିଚାଲିଛନ୍ତି । କେଉଁଦିନ ମଧ୍ୟ ନିଜ କର୍ତ୍ତବ୍ୟ ଅବହେଳା କରିନଥିବା କହିଛନ୍ତି ବିଦ୍ୟାପୀଠର ଛାତ୍ରଛାତ୍ରୀ ।

ଦୀର୍ଘ ୩ଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟ ଧରି ଏମାନେ ଏଠାରେ ଶିକ୍ଷକତା କରୁଥିଲେ ହେଁ ଏମାନେ ସରକାରୀ ସ୍ୱୀକୃତିରୁ ବଂଚିତ ହୋଇଛନ୍ତି । ଏମାନେ ଚାକିରି ଜୀବନରେ ବିଭିନ୍ନ ସମୟରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ବିଭାଗୀୟ ଉଚ୍ଚ କୃୃପକ୍ଷଙ୍କୁ ଭେଟି ଗୁହାରି ଜଣାଇଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ଏଯାବତ ଏମାନେ ବିନା ଦରମାରେ ପିଲାଙ୍କୁ ପାଠ ପଢାଇ ଚାଲିଛନ୍ତି । ଏମାନଙ୍କ ଅବସର ବୟସ ପାଖେଇ ଆସିଲାଣି ହେଲେ ଏମାନେ ଆଶା ରଖିଛନ୍ତି ପ୍ରଶାସନ ଦିନେ ତାଙ୍କ କଥା ଶୁଣିବ ଓ ସରକାରୀ ସ୍ୱୀକୃତି ସହ ସେମାନଙ୍କୁ ପ୍ରାପ୍ଯ ମିଳିବ ।

ଅନ୍ଯ ସହକର୍ମୀ ଚାକଚକ୍ଯ ଶୈଳୀରେ ରହୁଥିବା ବେଳେ ଏମାନେ ଦରମା ନପାଇ ଦୁଃଖକଷ୍ଟରେ ନିଜ ପରିବାର ଚଳାଇ ଆସୁଛନ୍ତି । ମନରେ ଦୁଃଖ କଷ୍ଟକୁ ଚାପି ରଖି ଶିକ୍ଷା ଯଜ୍ଞରେ ଅବୈତନିକ ଦୁଇ ପୁରୋହିତ ସାଜିଛନ୍ତି । ଦୁଇ ଶିକ୍ଷକଙ୍କ କାର୍ଯ୍ଯଧାରା ସଂପର୍କରେ କିଛି ବର୍ଷ ପୂର୍ବେ ତତକାଳୀନ ଜିଲ୍ଲାପାଳଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ପ୍ରକାର ତଥ୍ଯ ପ୍ରଦାନ କରାଯାଇଥିବା ବେଳେ ଅଦ୍ୟାବଧି ଏମାନଙ୍କୁକଣ ପାଇଁ ଦରମା ପ୍ରଦାନ କରାଯାଉନାହିଁ ତାକୁ ନେଇ ଆଶ୍ଚର୍ଯ୍ଯ ପ୍ରକଟ କରିଛନ୍ତି ନିକଟରେ ଅବସର ନେଇଥିବା ସ୍କୁଲର ପ୍ରଧାନ ଶିକ୍ଷକ । ଏହି ଦୁଇ ଶିକ୍ଷକଙ୍କ ସମସ୍ଯାକୁ ଗୁରୁତର ସହ ବିଚାରକୁ ନେଇ ସରକାର ଯଥାଶୀଘ୍ର ସେମାନଙ୍କୁ ସ୍ୱୀକୃତି ସହ ପ୍ରାପ୍ଯ ପ୍ରଦାନ କରିବାକୁ ସାଧାରଣରେ ଦାବି ଉଠିଛି ।

 

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

2 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

4 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

4 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

4 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

5 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

6 hours ago