ସ୍କୁଲ ବାହାନାରେ ସାଙ୍ଗ ସବୁ ବୁଲିବାକୁ ଯାଇଥିଲେ ବୁଢ଼ା ନଈକୁ, ଘଟିଲା ବଡ଼ ଅଘଟଣ

ଯାଜପୁର ଟାଉନ : କୂଳରେ ବସି କାନ୍ଦୁଛି ମାଆ । ସେପଟେ ବୁଢ଼ାନଦୀରେ ବୁଡି ଯାଇଛି ପୁଅ । ପୁଅକୁ କିଏ ଖୋଜି ଦିଅ କହି ମୁଣ୍ଡ ଛାତି ବାଡ଼େଇ କାନ୍ଦୁଛି । ଏ ମାଆର କାନ୍ଦ ସ୍ୱରକୁ ଯିଏ ଶୁଣୁଛି ତାର ଛାତି ଫାଟି ଯାଉଛି । ପୁଅର ଜୋତା, ବ୍ୟାଗ୍, ଡ୍ରେସ୍ ସବୁ ପଡିଛି । ହେଲେ ପୁଅ ମିଳୁନି । କେତେ ଖୋଜାଗଲାଣି ହେଲେ ଆତାପତ୍ତା କେହି ବି ପାଉ ନାହାନ୍ତି ପୁଅର । ଏପଟେ ବାକି ୬ ଜଣ ସାଙ୍ଗ ବସି ଭାବୁଛନ୍ତି କାହିଁକି ଆସୁଥିଲୁ କେଜାଣି । ବୋଧହୁଏ ସ୍କୁଲ ବାହାନାରେ ଏଠିକୁ ନ ଆସିଥିଲେ ଏମିତି ଗୋଟେ ଅଘଟଣ ହେଇ ନଥାନ୍ତା । ନଦୀପଠାର ଏ ଦୃଶ୍ୟ ଥିଲା ଭାରି ହୃଦୟ ବିଦାରକ । ଏ ମାଆ ଏମିତି କାନ୍ଦୁଥିଲା ଯେ ସମସ୍ତେ ତାର କାନ୍ଦ ସ୍ୱର ଶୁଣି ଧାଇଁ ଆସୁଥିଲେ ସେଠାକୁ । ଖୋଜାଖୋଜି ଚାଲିଛି ତେବେ ମିଳି ନାହିଁ ପୁଅ ।
ଯାଜପୁର ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରାବାଦ ନିକଟ ବୁଢାନଦୀରେ ବୁଡ଼ି ଯାଇ ଜଣେ ଛାତ୍ର ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ହେଲେ ଦଶରଥପୁର ବ୍ଲକ କାଟିଆ ଗାଁର ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡ଼ଙ୍ଗୀ । ସବୁଦିନ ପରି ସ୍କୁଲ ଯିବାକୁ ବ୍ୟାଗ୍ ଧରି ଘରୁ ବାହାରି ଆସିଥିଲା । ହେଲେ ୭ ଜଣ ସାଙ୍ଗ ମିଶି କଣ ପ୍ଲାନ କରିଥିଲେ କେଜାଣି ଆଜି ସ୍କୁଲ ନଯାଇ ସାଙ୍ଗମାନଙ୍କ ସହ ବୁଲିବାକୁ ଚାଲିଗଲା । ଆଉ ଘଟିଗଲା ବଡ ଅଘଟଣ। ଯାହା ବିଷୟରେ କେହି କେବେ କଳ୍ପନା ବି କରି ନଥିବେ ଏମିତି କିଛି ସଙ୍ଗେ ସଙ୍ଗେ ଘଟିଯିବ ବୋଲି । ଓମ୍ ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଗୋଡ଼ ଖସି ଗଲା । ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ତାର ସାଙ୍ଗମାନେ କହୁଛନ୍ତି ।
ଓମକୁ ପାଣିରେ ଭାସି ଯାଉଥିବାର ଦେଖି ସାଙ୍ଗମାନେ ତୁରନ୍ତ ଚିତ୍କାର କରି ପାଖରେ ଥିବା ଲୋକଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକେ ଧାଇଁ ଆସି ଦେଖିଲା ବେଳକୁ ପାଣିରେ କେହି ବି ଦେଖା ଯାଉନାହାନ୍ତି । ପରେ ଯାଜପୁର ଦମକଳ ବାହାନୀକୁ ଖବର ଦେଇଥିଲେ ଲୋକେ । ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ଘଟଣସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ହେଲେ ଏଯାଏଁ କୌଣସି ବି ସନ୍ଧାନ ମିଳିନି ଓମ୍ ର ।
ସତରେ ଏ ମାଆର କାନ୍ଦ ଶୁଣିଲେ ଛାତି ଫାଟି ଯାଉଛି । ମାଆ ସମ୍ଭାଳି ପାରୁନି ନିଜକୁ । ପିଲାମାନେ ଅମାନିଆ ହୋଇ କିଭଳି ଅଘଟଣ ଘଟାଉଛନ୍ତି ଇଏ ତାର ଉଦାହରଣ । ବୋଧହୁଏ ପିଲାଟି ଯଦି ସ୍କୁଲ ବାହାନାରେ ଏଠିକୁ ବୁଲିବାକୁ ନଆସିଥିଲେ ଏମିତି କିଛି ଘଟି ନଥାନ୍ତା । ଆଉ ଓମ୍ ସୁରକ୍ଷିତ ଥାଆନ୍ତା ତା ମାଆ ପାଖରେ । ହେଲେ ଏକଥା ଗୋଟେ ପଟେ ଭାଗ୍ୟ ଆଉ ଗୋଟେ ପଟେ ।