ରାଜ୍ୟ

ପରିବେଶ ସୁରକ୍ଷାରେ ଲାଗିଛନ୍ତି ଡାଟ ସାଇଣ୍ଟିଷ୍ଟ ଧର୍ମେନ୍ଦ୍ର, ସଜାଉଛନ୍ତି ନିଜ ଗାଁ ପାଖ ଖରସ୍ରୋତା ନଦୀ କୂଳକୁ

ଯାଜପୁର ଟାଉନ : ପେସାରେ ବୈଜ୍ଞାନିକ, ହେଲେ ନିଶାରେ ପରିବେଶ ପ୍ରେମୀ । ସୂଦୂର ମୁମ୍ବାଇରେ ଟେକ୍ ମହିନ୍ଦ୍ରା କମ୍ପାନୀରେ ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ଯରତ ଓଡିଆ ଯୁବକଙ୍କ ପରିବେଶ ସଜାଡିବା ଓ ଗଛଲଗା ନିଶା ଟାଣି ଆଣିଛି ନିଜ ଗାଁ ମାଟିକୁ । ଗାଁ ପାଖ ନଦୀଶଯ୍ୟାକୁ ପରିଷ୍କାର ରଖିବା, ନଦୀର ସ୍ଥାନେ ସ୍ଥାନେ ତୁଠ ନିର୍ମାଣ କରିବା ଓ ନଦୀଶଯ୍ୟାକୁ ସବୁଜ ସୁନ୍ଦର କରିବା ପାଇଁ ଅଧିକ ଗଛ ସୃଷ୍ଟି କରିବାରେ ଲାଗି ପଡିଛନ୍ତି ଏହି ଯୁବକ । କୋଭିଡ୍ ସମୟରେ ଗାଁର ମହିଳା ଓ ଯୁବକ ମାନଙ୍କୁ ସାଥିରେ ଧରି ଚଳାଇଛନ୍ତି ଅଭିଯାନ । ତାଙ୍କର ଏଭଳି ପ୍ରୟାସ ପାଇଁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି ।

ଏହେଉଛି କହୁଛୁ ଯାଜପୁର ଘୋଳପୁର ଗାଁର ଯୁବ ବୈଜ୍ଞାନିକ ଧର୍ମେନ୍ଦ୍ର କରଙ୍କ କଥା । ଧର୍ମେନ୍ଦ୍ରଙ୍କ ଗାଁ ଘୋଳପୁର ନିକଟ ଦେଇ ପ୍ରବାହିତ ହେଉଛି ଖରସ୍ରୋତା ନଦୀ । ଦିନେ ଏହି ଗାଁ ସଭ୍ୟତାରୁ ଛୋଟରୁ ବଡ ହୋଇଛନ୍ତି ଧର୍ମେନ୍ଦ୍ର । ଏଇଠୁ ପାଠପଢି ଉଚ୍ଚଶିକ୍ଷା ଲାଭକରି ଆଜି ସେ ମୁମ୍ବାଇରେ ନିଜକୁ ଜଣେ ପ୍ରତିଷ୍ଠିତ ଯୁବକ ଭାବେ ପ୍ରତିପାଦିତ କରିପାରିଛନ୍ତି । ନିଜସ୍ବ ପ୍ରୟାସରେ ନଦୀଶଯ୍ୟାକୁ ପରିଷ୍କାର କରିବା ସହିତ ନଦୀଶଯ୍ୟାରେ ବୃକ୍ଷରୋପଣ କରି ସୁରକ୍ଷା ବଳୟ ସୃଷ୍ଟି କରୁଛନ୍ତି । ଗଛ ଲଗାଇବା ସହ ସେଗୁଡିକରେ ନିୟମିତ ପାଣି ଦେଇ ଯତ୍ନ ନେଉଛନ୍ତି । ପରିବେଶକୁ ଉପଭୋଗ କରିବା ଏବଂ ନଦୀକୂଳରେ ବସିବା ପାଇଁ ସିମେଣ୍ଟ ବେଞ୍ଚ୍ ପକାଯାଉଛି । କିଛି କିଛି ସ୍ଥାନରେ ଗଛ ବଢିବା ଆରମ୍ଭ କରିଛି । ଏଥିସହ ନଦୀର ସ୍ଥାନେ ସ୍ଥାନେ ତିଆରି କରୁଛନ୍ତି ନଦୀ ତୁଠ । ତୁଠ କଡରେ ରଖୁଛନ୍ତି ଡଷ୍ଟବିନ୍ ।

ଏଣିକି ଲୋକମାନେ ଡଷ୍ଟବିନରେ ଅଳିଆ ଆବର୍ଜ୍ଜନା ପକାଇବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ଗାଁର ଅନେକ ମହିଳାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ଯୁବକଙ୍କୁ ନେଇ ସେ ଚଳାଇଛନ୍ତି ନଦୀ ସଭ୍ୟତା ଓ ପରିବେଶ ସୁରକ୍ଷା ଅଭିଯାନ। ଯୁବକମାନେ ମଧ୍ୟ ଏହାଦ୍ବାରା ପ୍ରେରଣା ପାଇ ନଦୀଶଯ୍ୟାର ସୁରକ୍ଷା ଦାୟିତ୍ବ ନେବା ସହ ନଦୀ କୂଳେ କୂଳେ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ଏହି ପ୍ରକ୍ରିୟାକୁ ଆପଣେଇ ନେଇଛନ୍ତି । ଗାଁର ବୟସ୍କ ବ୍ୟକ୍ତି ମାନେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଯୁବକ ମାନଙ୍କ ଏଭଳି ଉତ୍ସାହ ଦେଖି ବେଶ୍ ଖୁସି ଅନୁଭବ କରୁଛନ୍ତି ।

ତେବେ ଏହା ମାଧ୍ୟମରେ ଧର୍ମେନ୍ଦ୍ର ସାରା ରାଜ୍ୟରେ ସମସ୍ତ ନଦୀଶଯ୍ୟା ଗୁଡିକୁ ସଜାଇବାର ସ୍ବପ୍ନ ଦେଖିଛନ୍ତି । ଖରସ୍ରୋତା ନଦୀରୁ ଆରମ୍ଭ କରିଥିବା ଏହି ଅଭିଯାନକୁ ବଙ୍ଗୋପସାଗରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ବାସ୍ତବିକ୍ ଧର୍ମେନ୍ଦ୍ରଙ୍କ ଏହି ପ୍ରୟାସ ସମସ୍ତଙ୍କ ପାଇଁ ନିଶ୍ଚିତ ରୂପେ ଶିକ୍ଷଣୀୟ ହେବ ।

ଯାଜପୁର ଟାଉନରୁ ଦେବାଶିଷ ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

5 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

22 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

36 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

49 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

50 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago