ପିଉସୀ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସୁଥିଲେ ହେଲେ ବାଟରେ ଚାଲିଗଲା ପୁତୁରା

ଯାଜପୁର ଟାଉନ (କେନ୍ୟୁଜ୍‌) : ପିଉସୀଙ୍କ ଶୁଦ୍ଧକ୍ରିୟାରେ ଯୋଗ ଦେବାକୁ ଘରକୁ ଆସୁଥିଲେ । ହେଲେ ବାଟରେ ଘଟିଲା ଅଘଟଣ । ଟ୍ରେନରୁ ଖସି ପଡ଼ି ଚାଲିଗଲା ପୁତୁରାର ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତ ବରେଇ ଗାଁରେ । ମୃତକ ହେଲେ ଉମାକାନ୍ତ ମିଶ୍ରଙ୍କ ଏକମାତ୍ର ପୁଅ ଶଶିକାନ୍ତ ।

ପାଖାପାଖି ବର୍ଷେ ହେବ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ଶଶିକାନ୍ତ କେରଳ ଯାଇଥିଲେ । ନିଜ ପିଉସୀଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଖବର ଶୁଣି ଶଶିକାନ୍ତ ଗତ ରବିବାର ଟ୍ରେନ୍ ଯୋଗେ ଗାଁକୁ ଫେରୁଥିବା ସମୟରେ ବିଜୟୱାଡା ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରେଳ ବିଭାଗ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀର ଗାଁକୁ ଆସିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

 

Leave A Reply

Your email address will not be published.