ଜଳେଶ୍ବରରେ ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜଣ ଅଟକ ସହ ୩ ଟି ବାଇକ୍ ଓ ଲକ୍ଷାଧିକ ଟଙ୍କା ଜବତ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସୋରରେ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ଖବର ପାଇ ସୋର ପୋଲିସ୍ ଚଢାଉ କରି ୯ ଜଣଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ସୋର ବରଫକଳ ଛକ ନିକଟସ୍ଥ ଲିଓ ସାଇ ପ୍ୟାଲେସ ନାମକ ଏକ ହୋଟେଲରେ କିଛିଦିନ ହେବ ଜୁଆ ଖେଳ ସହ ବିଭିନ୍ନ ବେଆଇନ୍ କାମ ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।

ଗତକାଲି ରାତିରେ ସୋର ପୋଲିସ୍ କୌଣସି ସୁତ୍ରରୁ ଖବର ପାଇ ଲିଓ ସାଇ ପ୍ୟାଲେସ ଉପରେ ଅତର୍କିତ ଚଢାଉ କରିଥିଲା । ଲକ୍ଷାଧିକ ଟଙ୍କା ସହ ୯ ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.