ହିନ୍ଦୁ ଓ ମୁସଲମାନ ଭାଇଚାରାର ଆଉ ଏକ ନିଦର୍ଶନ କେନ୍ଦ୍ରାପଡ଼ା ତେଣ୍ଡାକୁଡ଼ାର ‘ଜଲସା’, ଯୋଗ ଦେଲେ ଉଭୟ ସମ୍ପ୍ରଦାୟର ଧର୍ମଗୁରୁ

ମାର୍ଶାଘାଇ (କେନ୍ୟୁଜ୍‌) : ଇସଲାମ ଧର୍ମରୁ କୁସଂସ୍କାର, ହିଂସା, ଅସୂୟା ଭାବ, ବିଦ୍ବେଷ ଓ ଭିନ୍ନ ମତ ଦୂର କରିବା ପାଇଁ ଆହ୍ଵାନ । ମୁସଲମାନ ସମ୍ପ୍ରଦାୟର ଧର୍ମ ଗରୁମାନଙ୍କୁ ନେଇ ଆୟୋଜିତ ଜଲସା ପର୍ବରେ ଏ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏ ସମାଜକୁ ଏକ ନୂତନ ଦିଗଦର୍ଶନ ଦେବା ହେଉଛି ଏହି ଜଲସାର ମୂଳ ଉଦ୍ଦେଶ୍ୟ।ଏହି ଜଲସାରେ ମିଳିତ ହୋଇଥିଲେ ଉଭୟ ହିନ୍ଦୁ ଧର୍ମଗୁରୁ ଓ ମୁସଲମାନ ଧର୍ମଗୁରୁ । ଯାହା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକ ଅଭିନବ ଭାଇଚାରାର ସମ୍ପର୍କ ସ୍ଥାପନ କରିଛି। ଏହି ଜଲସାରେ ରାଜ୍ୟ ବାହାରୁ ଆସିଥିବା ମୌଲାନାମାନଙ୍କ ସହ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୨୦ ହଜାରରୁ ଅଧିକ ମୁସଲମାନ ଯୋଗ ଦେଇଥିଲେ।

କେନ୍ଦ୍ରାପଡା ଜିଏ ଗରଦପୁରୁ ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତରେ ସ୍ଥାନୀୟ ବୁଦ୍ଧିଜୀବୀ, ବିଦ୍ୱାନ, ପଣ୍ଡିତ, ସ୍ବେଛାସେବୀ ଓ ଲୋକପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯୋଗ ଦେଇ ‘ତାହାଫୁଜେ ଖତମେ ନବୁଅତ’ ଶୀର୍ଷକ ଜଲସା ବା ଆଲୋଚନାଚକ୍ରରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ କୋରାନ ପାଠ କରାଯାଇଥିଲା ପରେ ମୁସଲିମ ଧର୍ମ ଗୁରୁମାନେ ନମାଜ ପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି ଜଲସାରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ବାବା ବଳିଆ ଓ ହଜରତ ମୌଲାନା ମୁଫତି ଜନାବ ମହମ୍ମଦ ରାସିଦ ସାହେଵ କାଶମୀ ଏବଂ ହଜରତ ମୌଲାନା ଜନାବ ମହମ୍ମଦ ସାହା ଆଲାମ ସାହେବ କାଶମୀ ଯୋଗ ଦେଇଥିଲେ । ହିନ୍ଦୁ ମୁସଲମାନ ଧର୍ମରେ ଥିବା କୁସଂସ୍କାର, ହିଂସା, ଅସ୍ବୟାଭାବ,ବିଦ୍ବେଷ ଆଦି ଦୂର କରିବା ପାଇଁ ଯୁବ ସମାଜକୁ ବାର୍ତ୍ତା ଦେଇଥିଲେ ବାବା ବଳିଆ ଏବଂ ମୌଲାନା ମୁଫିତି ଜନାବ ମହମ୍ମଦ।ଶ୍ରୀମଦ ଭଗବତ ଗୀତା, ଶ୍ରୀମଦ୍ ଭାଗବତ ମହାପୁରାଣ ଏବଂ କୋରାନର ଗୂଢ଼ ତତ୍ବ କଥା କହିଥିଲେ ବାବା ବଳିଆ l ଇସଲାମ ଧର୍ମରେ ଆଧୁନିକତାର ଛାପ ମାଧ୍ୟମରେ ଅନେକ କୁସଂସ୍କାର ପ୍ରବେଶ କରିବାରେ ଲାଗିଛି l ଇସଲାମ ଧର୍ମାବଲମ୍ବୀ ଯୁବସମାଜ ଏହାର ବଶବର୍ତ୍ତୀ ହୋଇ ଇସଲାମର ମୌଳିକ ତତ୍ତ୍ୱକୁ ଭୁଲି ପଥଭ୍ରଷ୍ଟ ହେବରେ ଲାଗିଛନ୍ତି l ପ୍ରତ୍ୟେକ ଇସଲାମ ଧର୍ମାବାଲମ୍ବୀ ପରମେଶ୍ୱର ଆଲ୍ଲାଙ୍କୁ ଏକ ଓ ଅଦ୍ୱିତୀୟ ମାନିବା ଉଚିତ । ହଜରତ ମହମ୍ମଦ ରସୁଲିଲ୍ଲା (ସ) ଆଲ୍ଲାଙ୍କୁ ସର୍ବଶ୍ରେଷ୍ଠ ଓ ସର୍ବଶେଷ ନବି ଭାବେ ମାନିବା ଓ ତାଙ୍କର ପ୍ରତେକ ବାଣୀ ଏବଂ କାର୍ଯ୍ୟାବଳିକୁ ଜୀବନର ସର୍ବଶ୍ରେଷ୍ଠ ଆଦର୍ଶ ଭାବେ ଗ୍ରହଣ କରି ଏହି ମାର୍ଗରେ ଚାଲିବାକୁ ହିଁ ଇସଲାମର ମୂଳ ମନ୍ତ୍ରକୁ ବୁଝାଏ ବୋଲି କହିଥିଲେ ।

jalsa-2

ଯୁବଗୋଷ୍ଠୀମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ବକ୍ତାମାନେ ଏକ ସୁସ୍ଥ ଓ ଉନ୍ନତ ସମାଜ ଗଠନ ଦିଗରେ ଆଜିର ଯୁବଗୋଷ୍ଠୀ ନିଜର ବୁଦ୍ଧି, ବିଦ୍ୟା ଓ ବିବେକ ଏବଂ ଚରିତ୍ରର ସୁବିନିଯୋଗ କରି ଗଠନମୂଳକ ସହଯୋଗ କରିବା ଉଚିତ ।ବାଲି କହିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଭାବେ ସେକ ଅସଫାକ ଅହମ୍ମଦ (ମୁନସୀ), (ତେଣ୍ଡାକୁଡା) ଥିବା ବେଳେ ସହଯୋଗୀ ଭାବେ ମୌଲାନା ଅବଦୁଲ ୱାହିଦ (ଚାଟରା), ମୌଲାନା ଏକ୍ରାମମୁଲ ହକ (ନଇନ ପୁର), ମୌଲାନା ଅକତର (ତେଣ୍ଡାକୁଡା), ସମାଜସେବୀ ସୟଦ ଜମିଲ ଅକ୍ତର (ତେଣ୍ଡକୁଡା), ଅତାଉର ରହେମାନ (ତେଣ୍ଡାକୁଡା) ମୌଲାନା ଗାନିମ ସାହାଵ (ରାଇଶୁଙ୍ଗୁଡା), ସମାଜସେବୀ ସେକ ଜାଲଲୁଦ୍ଦିନ ଅହମ୍ମଦ (ମହମ୍ମଦପୁର), ମୌଲାନା ମୁଫତି ତେହେମିଦ ସାହାଵ (ତେଣ୍ଡାକୁଡା), ମୌଲାନା ଗୁଫରାନ ସାହାଵ (କୃଷ୍ଣନନ୍ଦପୁର), ମାନସ କୁମାର ରାଉତ (ସରପଞ୍ଚ ତେଣ୍ଡାକୁଡା ) ଓ ପଞ୍ଚାୟତବାସୀ ଗୁରୁଜନ, ଯୁବକ, ଛାତ୍ର ଏବଂ ଆଖ ପାଖ ଅଞ୍ଚଳର ମୁସଲମାନ ଭାଇମାନଙ୍କ ଉଦ୍ୟମରେ ଜଲସାଟି ସଫଳ ହୋଇଥିଲା l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.