ସଙ୍କଟ ସମୟରେ ସହଯୋଗର ହାତ ବଢ଼ାଇଲା ଆଦିବାସୀ ଉନ୍ନୟନ ସଂସ୍ଥା, ମକାଚାଷ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଲା ଜାମଦାପାଳ ଗାଁ

କରଞ୍ଜିଆ : ସାରା ବିଶ୍ବ ଉପରେ ପଡିଛି ମହାମାରୀର ପ୍ରଭାବ । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ନିଗର ଦବଦବା ଜାହିର୍ କରିଛି । ଯେଉଁ ଜିଲ୍ଲାମାନଙ୍କ ଭିତରେ ସାମିଲ୍ ଅଛି ମୟୂରଭଞ୍ଜ ଜିଲ୍ଲା। ଲକ ଡାଉନ ଓ ସଟ ଡାଉନ କାରଣରୁ ଅର୍ଥନୈତିକ କ୍ଷେତ୍ର ଏକପ୍ରକାରର ମାନ୍ଦା ଅବସ୍ଥା ଦେଇ ଗତି କରୁଥିବାବେଳେ, ପ୍ରବାସୀ ଓଡ଼ିଆ, ଓଡ଼ିଶା ଫେରିବା ପରେ ହାତବାନ୍ଧି ଘରେ ବସିରହିଛନ୍ତି। ଏହି ପରିସ୍ଥିତିରେ ଅର୍ଥନୈତିକ ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଛି କରଞ୍ଜିଆ ଆଦିବାସୀ ଉନ୍ନୟନ ସଂସ୍ଥା ।

ସ୍ଥାନୀୟ ଜନସାଧାରଣ ଓ ପ୍ରଭାସୀ ଓଡ଼ିଆକୁ ନେଇ ମୟୁରଭଞ୍ଜ ଜିଲ୍ଲା, ଶୁକୃଳି ବ୍ଳକ ଅନ୍ତର୍ଗତ ଜାମଦାପାଳ ଗାଁ ରେ ୬୦ ଏକର ଜାଗାରେ ଆରମ୍ଭ ହେଇଛି ମକା ଚାଷ । ଯେଉଁ ଜାଗା ଅଦକାରୀ ହୋଇପଡିଥିଲା ସେଇ ଜାଗାକୁ ଚାଷ ଉପଯୋଗୀ କରିଛନ୍ତି ଆଦିବାସୀ ଉନ୍ନୟନ ସଂସ୍ଥା । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଶଙ୍କର ଜାତୀୟ ମକା ଚାଷ କରାଯାଇଛି । ଫାଙ୍କା ଜାଗାରେ ଆଧୁନିକ ପ୍ରଣାଳୀରେ ଧାଡ଼ିରେ ଏହି ଚାଷ କରାଯାଇଛି । ଏଥିରେ ପାଖାପାଖି ୫୦ ଜଣ ହିତାଧିକାରୀ ଅଛନ୍ତି । କେବଳ ପୁରୁଷ ମାନେ ନୁହଁନ୍ତି ଝିଅ ଓ ମହିଳା ମାନେ ବି ଏଠାରେ ମକାଚାଷ କରୁଛନ୍ତି । ତିନି ମାସରେ ତିନିଗୁଣ ଲାଭ ପାଉଥିବାରୁ ବେଶ୍ ଆଶାବାଦୀ ଅଛନ୍ତି ମକାଚାଷୀ ।

corn farmingଗୋଖାଦ୍ୟ , କୁକୁଡା ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ମକା, ବିଶେଷ ଭାବେ ଦରକାର ହୋଇଥାଏ । ଆମ ରାଜ୍ୟରେ ମକାର ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇବାରେ ଲାଗଛି । ଅନେକ ଲୋକ କଞ୍ଚା ମକା ପୋଡି ଖାଇବାକୁ ଭଲ ପାଆନ୍ତି । ଯାହା ଫଳରେ କଞ୍ଚା ମକାର ଚାହିଦା ମଧ୍ୟ ବଢିବାରେ ଲାଗିଛି। ସହରାଞ୍ଚଳରେ ଓ ସାପ୍ତାହିକ ହାଟରେ ଏହା ବହୁଳ ଭାବେ ବିକ୍ରି ହେଉଛି । ଆଜିକାଲି  ସ୍ଵତନ୍ତ୍ର ମକା, କିସମ ବାହାରିଲାଣି । ଏଠାରେ ୫୦ ଜଣ ଚାଷୀଙ୍କ ମଧ୍ୟରୁ ପାଖାପାଖୀ ୨୫ ଜଣ ମହିଳା ଚାଷୀ କାମ କରୁଛନ୍ତି । ଏକର ଜମିରେ ହାଜର ହଜାର ମକା ଚାଷ ଦେଖି ଆଖପାଖ ଅଞ୍ଚଳରେ ଥିବା ଚାଷୀମାନେ ମଧ୍ୟ ବେଶ୍ ଉତ୍ସାହିତ ହେଉଥିବାର ପ୍ରକାଶ କରିଛନ୍ତି ।

ମୟୁରଭଞ୍ଜ ଜିଲ୍ଲାର ପାଣିପବନ ପାଇଁ ବେଶ ଉପଯୋଗୀ ମକା ଚାଷ । ମକା ଫଳ ଫଳିବା ସମୟରେ ଏହି ସ୍ଥାନଟି ମକା ଜଙ୍ଗଲ ପରି ଦେଖା ଯାଉଥିଲା । କିନ୍ତୁ ଏବେ ଯେଉଁ ଆଡେ ଚାହିଁବେ ମକା ଗଛ ହିଁ ଦେଖା ଯାଉଥିଲା । ଏହି ମକା ଚାଷ ପାଇଁ ଗାଁର ଅନେକ ଲେକମାନେ କାମ ପାଇବା ସହିତ ନୂତନ ପଦ୍ଧତିରେ ଚାଷ କରିବା ପାଇଁ ସୁଯୋଗ ପାଇଥିବାରୁ ଆ.ଟି.ଡି.ଏ.ପି.ଏ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ଯପଟେ ମୟୁରଭଞ୍ଜ ଜିଲ୍ଲାରେ ହେକ୍ଟର ପ୍ରତି ସାଢ଼େ ସାତ ଟନ ମକା ହେଉଥିବାର ମକା ବିଶେଷଜ୍ଞ ପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେ ଜଳବାୟୁ ଓ ମାଟି ପାଇଁ ବେସ ଖାପ ଖୁଆଛି ମକାଚାଷ । ମକାଚାଷ ପାଇଁ ଗୋଟିଏ ଏକର ପିଛା ୧୦ ରୁ ୧୨ ହଜାର ଟଙ୍କା ଭିତରେ ଟଙ୍କା ଖର୍ଚ୍ଚ ହେଉଥିବାବେଳେ , ଗୋଟିଏ ଏକର ପିଛା ପ୍ରାୟ ୨୦ କୁଇଣ୍ଟାଲ ଫସଲ ଅମଳ ହେଉଛି । ବର୍ତ୍ତମାନ ବଜାର ଦର ଅନୁଯାୟୀ ଗୋଟିଏ ଏକରର ଫସଲର ମୂଲ୍ୟ ୩୪ ରୁ ୩୫ ହଜାର ଟଙ୍କା ହେବ।

cornତେବେ କରଞ୍ଜିଆ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାର୍କେଟିଂ ବେବସ୍ଥା ମଧ୍ୟ କରିଦିଆଯାଇଛି । ଯାହାଫଳରେ ଚାଷୀମାନେ ବାହାରକୁ ମକା ମଞ୍ଜି ବିକିବାକୁ ଯିବାକୁ ପଡୁନି । ଯାହାଫଳର ଚାଷୀ ବେଶ ଲାଭବାନ ହୋଇଥିବା ପ୍ରକାଶ କରିଛନ୍ତି । ଅନ୍ଯପେଟେ ନିଜର ବୁଦ୍ଧି ଖଟାଇ ସ୍ବାବଲମ୍ବି ହେବାସହିତ, ଜାମଦାପାଳ ଗାଁ ଲୋକ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି । 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.