ଆକାଶମାର୍ଗରେ ଭୁବନେଶ୍ବର ସହ ଯୋଡିହେଲା ଜାମସେଦପୁର, ଉଡିଲା ବିମାନ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆକାଶ ମାର୍ଗରେ ଭୁବନେଶ୍ୱର ସହ ଯୋଡିହେବ ଜାମସେଦପୁର। ଜମାସେଦପୁରକୁ ଉଡ଼ାଣ ଭରିବେ ଯାତ୍ରୀ। ଭୁବନେଶ୍ୱରରରୁ ଜାମସେଦପୁର ଓ ଜାମସେଦପୁରରୁ କୋଲକାତାକୁ ବିମାନ ସେବା ଯୋଗାଇବ ଇଣ୍ଡିଆ ୱାନ୍‌ ଏୟାର। ଭୁବନେଶ୍ୱରରୁ ସକାଳ ୯ଟାରେ ବାହାରି ଜାମସେଦପୁରରେ ୧୦ଟା ୧୫ରେ ପହଞ୍ଚିବ ଫ୍ଲାଇଟ୍‌। ଜାମସେଦପୁରରୁ ୧୧ଟା ୩୦ରେ ବାହାରି କୋଲକାତାରେ ୧୨ଟା ୩୫ରେ ପହଞ୍ଚିବ।

ଜାମସେଦପୁରରୁ ଅପରାହ୍ଣ ୩ଟା ୧୦ରେ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୫ଟାରେ ପହଞ୍ଚିବ। ଭୁବନେଶ୍ୱରରୁ ଜାମସେଦପୁରକୁ ୧ଘଣ୍ଟା ୫୦ ମିନିଟ୍‌ ସମୟ ଲାଗୁଥିବାବେଳେ ଜାମସେଦପୁରରୁ କୋଲକାତା ୧ଘଣ୍ଟା ୫ ମିନିଟ୍‌ ଲାଗିବ। ପ୍ରତିଦିନ ସକାଳ ୬ଟା ୩୦ରୁ ଜାମସେଦପୁରକୁ ବିମାନ ଉଡିବ। ଭୁବନେଶ୍ୱରରୁ ଜାମସେଦପୁରକୁ ବିମାନ ଟିକେଟ ଦାମ୍‌ ରହିଛି ୨୯୯୯ ଟଙ୍କା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.