ତିତିଲି ହିତାଧିକାରୀଙ୍କୁ ଠକି ଗିରଫ ହେଲେ ଜନସେବା କେନ୍ଦ୍ର ଏଜେଣ୍ଟ

ମୋହନା (କେ ନ୍ୟୁଜ୍‌) : ଗଜପତି ଜିଲ୍ଲାରେ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଠକେଇ । ଏଭଳି ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଉଛନ୍ତି ମୋହନା ଥାନା ଚାନ୍ଦିପୁଟ ଗ୍ରାମର କେ. ପ୍ରମୋଦ କୁମାର ଦୋରା । ସେ ହେଉଛନ୍ତି ଜନସେବା କେନ୍ଦ୍ରର ଜଣେ ଏଜେଣ୍ଟ । ମୋହନା ବ୍ଲକ୍‌ ମାଣିକପୁର ଗ୍ରାମର ଲଛମନ ଦଳାଇଙ୍କ ତିତିଲି ଘରଭଙ୍ଗା ବାବଦ ସହାୟତା ରାଶିକୁ ଲୁଟ୍‌ କରିବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି ।
ଲଛମନ ନିରକ୍ଷର ଥିବାରୁ ତାଙ୍କର ବ୍ୟାଙ୍କ ପାସ୍‌ବୁକ, ଏଟିଏମ୍‌ ସମେତ ସମସ୍ତ ଦରକାରୀ କାଗଜପତ୍ର ପ୍ରମୋଦ ତାଙ୍କ ପାଖଷର ରଖିଥିଲେ । ଘରଭଙ୍ଗା ବାବଦ ସହାୟତା ରାଶି ୧ ଲକ୍ଷ ୧୯ ଶହ ଟଙ୍କା ଆସିବା ପରେ ସେଥିରୁ ମାତ୍ର ୩ ହଜାର ଟଙ୍କା ଉଠାଇ ସେ ଲଛମନଙ୍କୁ ଦେଇଥିଲେ । ଏହା ପରେ ବିଭିନ୍ନ ସମୟରେ ଲଛମନଙ୍କ ଆକାଉଣ୍ଟରୁ ସେ ମୋଟ୍‌ ୯୮,୦୦୦ ଟଙ୍କା ଉଠାଇ ନେଇଥିଲେ । ଗତ ୨୨ ତାରିଖ ଦିନ ଲଛମନଙ୍କ ଝିଅ ସ୍ୱପ୍ନା ଏକଥା ଜାଣିବା ପରେ ତାଙ୍କୁ ଟଙ୍କା ମାଗିଥିଲା । ହେଲେ ପ୍ରମୋଦ ଟଙ୍କା ଦେବା ବଦଳରେ କେବଳ ଏଟିଏମ୍‌, ପାସ୍‌ବୁକ୍‌ ଆଦି ଫେରାଇ ଦେଇଥିଲା । ଏହା ପରେ ସ୍ୱପ୍ନା ଗି ୨୬ ତାରିଖ ଦିନ ତାଙ୍କ ନାଁରେ ମୋହନା ଥାନାରେ ଅଭିଯୋଗ କରିଥଲେ । ଅଭିଯୋଗ ପାଇବା ପରେ ପୋଲିସ୍‌ ପ୍ରମୋଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।