ଜଂଗାଲିଙ୍ଗା ବଡଦେଓଙ୍କୁ କାନ୍ଧରେ ବୋହି ବେଢା ପରିକ୍ରମା କଲେ ବିଧାୟକ ନବ ଦାସ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଜିଲ୍ଲାର ଲଇକେଲା ବ୍ଳକର ମୟୁରଡିମା ଗାଁରେ ଅନୁଷ୍ଠିତ ହୋଇଥିବା ଗଣ୍ଡ ସମାଜର ଆରାଧ୍ୟ ଦେବତା ଜଂଗାଲିଙ୍ଗା ବଡଦେଓଙ୍କ ପୂଜା ଅବସରରେ ଦେଖିବାକୁ ମିଳିଛି ବିଧାୟକ ନବ ଦାସଙ୍କ ଅନ୍ୟ ଏକ ରୂପ । ଯେଉଁଠାରେ ସେ ଠାକୁରଙ୍କୁ ନିଜ କାନ୍ଧରେ ବୋହି ଢୋଲ, ନିଶାନ, ତାସା ତାଳେ ତାଳେ ନାଚି ବେଢା ପରିକ୍ରମା କରୁଛନ୍ତି ।
ବିଜେଡିରେ ଯୋଗଦେବା ପୂର୍ବରୁ ଏହି ଜଂଗାଲିଙ୍ଗା ପୂଜାରେ ଯୋଗ ଦେଇ ସେ ଆର୍ଶିବାଦ ଲୋଡିଛନ୍ତି । ଅନ୍ୟପକ୍ଷରେ ନବ କିଛି ଦିନ ତଳେ କଂ ଗ୍ରେସ ଛାଡିଥିବାବେଳେ, ସେ ଅତ୍ୟନ୍ତ ଇଶ୍ବର ଭକ୍ତ ହୋଇଥିବାରୁ ସେ ଆଗାମୀ ଦିନର କାର୍ଯ୍ୟପନ୍ଥା ଗ୍ରହଣ କରିବା ପୂର୍ବରୁ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ଆର୍ଶିବାଦ ଭିକ୍ଷା କରିଛନ୍ତି ।