ଜରାଜୀର୍ଣ୍ଣ ଅବସ୍ଥାରେ ଜନଜାତୀ ଛାତ୍ରୀ ନିବାସ,ଏଥିପ୍ରତି କେବେ ଦୃଷ୍ଟି ଦେବେ ପ୍ରଶାସନ

ଆନନ୍ଦପୁର: ରକ୍ଷଣା ବେକ୍ଷଣ ଅଭାବରୁ ଭୂତକୋଠୀ ପାଲଟିଛି ଜନଜାତୀ ଛାତ୍ରୀ ନିବାସ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ବୈତରଣୀ ନଦୀ ଅବବାହିକାରେ ଥିବା ଓଡପଡା ସରକାରୀ ପ୍ରାଥମିକ ବିଦ୍ଯାଳୟ ୨୦୧୨ ମସିହାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ନିର୍ମାଣ କରାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ । ଘଷିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ବୈତରଣୀ ନଦୀ ଅବବାହିକାରେ ଥିବା ଓଡପଡା ସରକାରୀ ପ୍ରାଥମିକ ବିଦ୍ଯାଳୟ ୨୦୧୨ ମସିହାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ନିର୍ମାଣ କରାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ । ୧୩ ବର୍ଷ ହେବ ଛାତ୍ରୀ ନିବାସ ଗୃହଟି ନିର୍ମାଣ ସରିଥିଲେ ମଧ୍ଯ ଏଯାବତ କେବଳ ଫଳକରେ ସୀମିତ ହୋଇ ରହିଛି ।

ଜନଜାତି ଉନ୍ନୟନ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ବ୍ଯୟ କରାଯାଇଥିଲେ ମଧ୍ଯ ଛାତ୍ରୀ ନିବାସର ପାଚେରୀ ଏବେ ମଧ୍ଯ ଅଧପନ୍ତରିଆ ରହିଛି । ଦୀର୍ଘ ଦିନ ହେଲା ଘର ଗୁଡିକ ଉପଯୋଗ ନହେବାରୁ ଏବେ ତାହା ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି। କିଛି ଘରକୁ କେତେକ ବ୍ଯକ୍ତି ତାଲା ମାରି ନିଜ ବ୍ଯବହାର କରୁଥିବା ନଜରକୁ ଆସୁଛି । ସେପଟେ ଛାତ୍ରୀ ନିବାସର ପାଇଖାନା ଗୁଡିକ ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଗଲାଣି । ମୂଖ୍ଯ ଦ୍ବାର ମେଲା ପଡିଥିବାରୁ ବୁଲା ଗାଈ ଗୋରୁ ଏବଂ ଷଣ୍ଢଙ୍କ ଅବାଧରେ ପଶି ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ବିଦ୍ଯୁତ ଏବଂ ପାନୀୟ ଜଳ ଯୋଗାଣ ମଧ୍ଯ ସମ୍ପୁର୍ଣ୍ଣ ବିପର୍ଯ୍ଯସ୍ତ ହୋଇ ଗଲାଣି।

ଜରାଜୀର୍ଣ୍ଣ ଛାତ୍ରୀ ନିବାସ ସମ୍ପର୍କରେ ଗ୍ରାମବାସୀ ମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଗୋଟିଏ ପଟେ ଘଟଣା ସମ୍ପର୍କରେ ଅଧିକାରୀ ଅବଗତ ଥିବା କହୁଥିବା ବେଳେ, କାର୍ଯ୍ୟ ଅସମ୍ପୁର୍ଣ୍ଣକୁ ନେଇ ଉଚ୍ଚ ପଦାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ଏବଂ ସମ୍ପୁର୍ଣ୍ଣ କାର୍ଯ୍ଯ ସରିଲେ ଛାତ୍ରୀ ନିବାସ କାର୍ଯ୍ଯକ୍ଷମ ହୋଇପାରିବ ବୋଲି କହୁଛନ୍ତି । ହେଲେ ଅନ୍ୟପଟେ ଛାତ୍ରୀ ନିବାସ ନିର୍ମାଣକୁ ୧୩ ବର୍ଷ ବିତି ଯାଇଥିଲେ ମଧ୍ଯ ତାହା ଅଦ୍ଯାବଧି ସମ୍ପୁର୍ଣ୍ଣ ନହେବା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏଠି ସରକାରୀ ମାଲ ଦରିଆ ମେ ଡାଲ୍ ସଦୃଶ ହୋଇଛି। ଜନଜାତି କଲ୍ଯାଣ ନାଁରେ ଏଠି ଲକ୍ଷଲକ୍ଷ ଟଙ୍କା ମାଟିରେ ମିଶିବାକୁ ବସିଲାଣି ବୋଲି ଗାଁର ବୁଦ୍ଧିଜୀବି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ଯକ୍ଷମ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Also read:ଆଇଆଇସି ଅଧିକାରୀଙ୍କ ମାନବିକତା, ୩ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରି ବାପା ମା’ଙ୍କୁ କଲେ ହସ୍ତାନ୍ତର