ଏବେ ଜଟଣୀ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ରାଜଧାନୀ ପରେ ଏବେ ଜଟଣୀ ପାଲଟିଛି ଚୋରା ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ। ପୋଲିସ ଜବତ କରିଛି ୨୦୦ ଗ୍ରାମ୍ ବ୍ରାଉନ୍ ସୁଗାର। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ସେକ୍ ଆବିଦ୍ ଓ ସେକ୍ ସଲମାନ୍। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା। ଜଟଣୀ ବାଲିଛକ ସାହି ନିକଟରୁ ବ୍ରାଉନସୁଗାର ଜବତ କରାଯାଇଥିଲା। ଏମାନେ ଜଳେଶ୍ୱରରୁ ଆଣି ଜଟଣୀରେ ବ୍ୟବସାୟ କରୁଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.