ପଥର ଖସି ଯନ୍ତ୍ରୀ-ମାରିବେଡା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ

ମାଲକାନଗିରି : ମାଟି ଅତଡ଼ା ଧସି ରାସ୍ତା ଅବରୋଧ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ୧୩ ଟି ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ  ହୋଇଛି ।  ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ମାରିୱାଡା ଠାରୁ ଯନ୍ତ୍ରୀ ପଞ୍ଚାୟତକୁ ଯୋଗାଯୋଗ କରୁଥିବା ରାସ୍ତାରେ ମାଟି ଅତଡ଼ା ଏବଂ  ବଡ଼ ପଥର ଖସି ରାସ୍ତା ମଝିରେ ପଡିଥିବାରୁ ଯନ୍ତ୍ରୀ ପଞ୍ଚାୟତକୁ ଯାତାୟାତ ବାଧାପ୍ରାପ୍ତ  ହୋଇଛି ।

କିଛି ବର୍ଷ ପୂର୍ବେ ଯନ୍ତ୍ରୀକୁ ଯିବାକୁ ୮ ଘଣ୍ଟା  ସମୟ ଲାଗୁଥିଲା । ଚିତ୍ରକୋଣ୍ଡା ଲଞ୍ଚ ଘାଟ ଠାରୁ ଲଞ୍ଚ ମାଧ୍ୟମରେ ଜଳଯାତ୍ରା କରି ଯିବାକୁ ପଡୁଥିଲା । ରାସ୍ତା ହେବା ପରେ ଯନ୍ତ୍ରୀ ପଞ୍ଚାୟତକୁ ଯୋଗାଯୋଗ ସୁବିଧା ହୋଇଛି । ଦୀର୍ଘଦିନ ହେବ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ  ରାସ୍ତାଟି ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଇଛି । ଫଳରେ ଯନ୍ତ୍ରୀ ପଞ୍ଚାୟତର ୧୩ଟି ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ ବିଛିନ୍ନ ହୋଇ ରହିଛି । ତୁରନ୍ତ  ଜିଲ୍ଲା ପ୍ରଶାସନ ରାସ୍ତାକୁ ସ୍ୱାଭାବିକ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like