ସୁସ୍ଥ ହୋଇ ଘରକୁ ଫେରିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା

ଭୁବନେଶ୍ୱର: ସୁସ୍ଥ ହୋଇ ଘରକୁ ଫେରିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଆଜିକୁ ୫ ଦିନ ହେବ ମେଡିକାଲରେ ଥିଲେ । କାନ ରୋଗ ଜନିତ ସମସ୍ୟା ସହ ଶ୍ବାସ ଓ ମାନସିକ ଚାପ ପୀଡିତ ଥିଲେ ବୋଲି ସୂଚନା । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରାଣୀ ପଣ୍ଡା ଆଗରୁ ଆଇଟମ୍ ଗାଲ୍ ଭାବେ ଖୁବ୍ ଜଣାଶୁଣା ଥିବା ବେଳେ ଏବେ ସମାଜ ସେବା କରି ଓଡ଼ିଶା ବାସୀଙ୍କୁ ଆପଣର କରିଛନ୍ତି । ସମସ୍ତଙ୍କ ଭଲ ପାଇବା ଓ ଆଶ୍ରିବାଦରୁ ସେ ସୁସ୍ଥ ହୋଇଛନ୍ତି ବୋଲି କହିଛନ୍ତି । ଆଗକୁ ଆସୁଚି ଖଣ୍ଡଗିରି ମେଳା ଚଳିତ ବର୍ଷ ଖଣ୍ଡଗିରି ମେଳାରେ ରାଣୀ ଙ୍କ ନୂଆ ନାଟକ ଦେଖିବେ ଦର୍ଶକ ।