ଦୁର୍ଘଟଣାରେ ମୃତକ ପରିବାରକୁ ସହାୟତାର ହାତ ବଢାଇଲା ଯାତ୍ରା କଳାକାର ସଂଘ

ଆଜିବି ସେହି ଦୁର୍ଘଟଣା କଥା ମନେ ପଡ଼ିଲାରୁ ଆଖିରୁ ଲୁହ ଝରି ଆସୁଛି । ସେ ଦିନ କେତେ ଭୟଙ୍କର ଥିଲା । କେତେ ପରିବାର ନିଜ ଆତ୍ମୀୟଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି । ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାରକୁ ଟିକିଏ ସାନ୍ତ୍ୱନା ଜଣାଇଛନ୍ତି କଳାକାର ସଂଘ ।

ଆଜିବି ସେହି ଦୁର୍ଘଟଣା କଥା ମନେ ପଡ଼ିଲାରୁ ଆଖିରୁ ଲୁହ ଝରି ଆସୁଛି । ସେ ଦିନ କେତେ ଭୟଙ୍କର ଥିଲା । କେତେ ପରିବାର ନିଜ ଆତ୍ମୀୟଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି । ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାରକୁ ଟିକିଏ ସାନ୍ତ୍ୱନା ଜଣାଇଛନ୍ତି କଳାକାର ସଂଘ । ଯାଜପୁର ଜିଲ୍ଲା ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ଯାତ୍ରା ଟେକନିସିଆନ ଓ କଳାକାର ସଂଘ ପକ୍ଷରୁ ଦୁର୍ଘଟଣାରେ ମୃତକ ପରିବାରକୁ ଆଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସୂଚନା ମୁତାବକ, ଗତ ଜାନୁଆରୀ ୨୪ ତାରିଖରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଧଉଳି ଗଣନାଟ୍ୟର ଏକ ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଟ୍ରକରେ ଯାତ୍ରା ଟେକନିସିଆନ କଳାକାର ମାନେ ଯାଉଥିବା ବେଳେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ସହ ଏକାଧିକ ଆହତ ହୋଇଥିଲେ।

ଏହି ଦୁର୍ଘଟଣାରେ କଳାକାର ଦିଲୀପ ଜେନା, ଅଶୋକ ମଲିକ, ଝାଡେଶ୍ୱର ମାରାଣ୍ଡି, ମାଧବ ପଲେଇ, ମାତା ସୁର ମୁର୍ମୁ, ରାଇଟର ଦେହୁରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ସଂଘ ପକ୍ଷରୁ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଜଣକା ୩୦ହଜାର ଟଙ୍କା ଲେଖାଏଁ ଆଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ଦୁର୍ଘଟଣାରେ ଆହତ ତପୁଆ ବଳ ପରିବାରକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସଂଘ ପକ୍ଷରୁ ସୁଶାନ୍ତ ଦାସ, ନନ୍ଦ କିଶୋର ମହାକୁଡ଼, କୁମାର ମଙ୍ଗୁ, ପ୍ରଦୀପ୍ତ ମଲିକ, ନିର୍ମଳ ସ୍ୱାଇଁ, ମାନସ ରାଉତ, ନଵଜ୍ୟୋତି ଦାସ, ରାମଚନ୍ଦ୍ର ସେନାପତି, ଗୌର ପଣ୍ଡା, ମନୋରଂଜନ ନାୟକ, ସମୀର ମଲିକ ପ୍ରମୁଖ ବିଭିନ୍ନ ଯାତ୍ରା ପାର୍ଟିର ମାଲିକଙ୍କୁ ଭେଟି ୧ଲକ୍ଷ ୯୦ ହଜାର ଟଙ୍କା ସଂଗ୍ରହ କରିଥିଲେ। ମୃତକ ଓ ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଡାକି ଏହି ଅର୍ଥକୁ ଆଜି ପ୍ରଦାନ କରାଯାଇଛି।